ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଜଳେଶ୍ଵର ଥାନା ଘେରାଉ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଜଳେଶ୍ଵର ଥାନା ଘେରାଉ

ଜଳେଶ୍ୱର,୩୦/୬(ମନିସ)-ରାଜ୍ୟ ଓ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ l ଜାତୀୟ ଅପରାଧ ରେକର୍ଡ ବ୍ୟୁରର ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୪ ରେ ୭୫, ୪୦୩ ଟି ଅପରାଧ, ହତ୍ୟା, ଚୋରି ଭଳି ଅନେକ ଜଘନ୍ୟ ଅପରାଧିକ ମାମଲା ରେକର୍ଡ ହୋଇଥିବା ବେଳେ ରାଜ୍ୟ ବିଧାନସଭାରେ ଦିଆ ଯାଇଥିବା ଅପରାଧିକ ଶ୍ୱେତପତ୍ରରେ ୨୦୨୫ ରେ ଏହା ୨, ୨୯ ହଜାରରେ ପହଂଚିଛି l ଭିଡ଼ ହିଂସା, ସାମ୍ପ୍ରଦାୟିକ ହିଂସା, ଗୋ ରକ୍ଷକ ନାମରେ ହତ୍ୟା, ବାଳିକା ଓ ମହିଳା ନିର୍ଯ୍ୟାତନା ଦିଗରେ ଆମ ରାଜ୍ୟ ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆହୁରି ଅଧିକ l ବାଲେଶ୍ୱର ସହରରେ ଏବଂ ଜଳେଶ୍ୱର ଭଳି ସୀମାନ୍ତ ଅଞ୍ଚଳ ଗୁଡିକରେ ନିଶା ବେପାରୀ, ବାଲି ଓ ମାଟି ମାଫିଆ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି l ଦିନ ଦ୍ୱିପହରରେ ହତ୍ୟା ଘଟଣା ସହ ଅନେକ ଗୁଣ୍ଡା ମାନଙ୍କ ଗୋଷ୍ଠି ସଂଘର୍ଷର ଅଞ୍ଚଳ ଆମ ଜିଲ୍ଲାରେ ବୃଦ୍ଧି ପାଇଛି l ପାଞ୍ଚ ବର୍ଷର ଝିଅକୁ ଅଶ୍ଳୀଳ ବ୍ୟବହାର ସହିତ ଯୌନ ଯନ୍ତ୍ରଣା ଦେଇଥିବା ବ୍ୟକ୍ତିକୁ ଜଳେଶ୍ୱର ପୋଲିସ ପ୍ରଶାସନ ଆଠ ମାସ ହେଲା ଧରି ପାରୁ ନାହିଁ l ଅଥଚ ଏଫ ଆଇ ଆର ପାଇବାର ଦୁଇ ଘଣ୍ଟା ମଧ୍ୟରେ ଜଣେ ସମାଜସେବୀ ତଥା ସିପିଆଇ(ଏମ) ଆଞ୍ଚଳିକ ନେତା ଜୀବନ ପରିଡା ଏବଂ ତାର ସ୍ତ୍ରୀଙ୍କୁ ଅନୁସନ୍ଧାନ ନ କରି ଗିରଫ କରି ହତ୍ୟା ମାମଲା ଲଗାଇ ଜେଲ ପଠାଇବା ଘଟଣାର ତୀବ୍ର ନିନ୍ଦା ସିପିଆଇଏମ ତରଫରୁ ଆଜି ଜଳେଶ୍ୱର ଥାନା ସମ୍ମୁଖରେ ସଂଗଠିତ ପ୍ରତିବାଦ ସଭାରେ ସମସ୍ତ ପାର୍ଟି ନେତୃତ୍ୱ ବକ୍ତବ୍ୟ ରଖିଥିଲେ l ରାଜ୍ୟର ଡବଲ ଇଂଜିନ ସରକାର ଏହି ୨୪ ମାସ ମଧ୍ୟରେ ୨୪ଟି କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ l ବିଜେପି ସରକାର ଆସିଲା ପରେ ରାଜ୍ୟର ସମସ୍ତ ଥାନା ବର୍ତମାନ ବିଜେପି ଗୁଣ୍ଡା ମାନେ ଦଖଲ କରିଛନ୍ତି l ଏହାଛଡା ଅନେକ ଥାନାରେ ଏପରିକି ଜଳେଶ୍ୱର ଥାନାରେ ମଧ୍ୟ ଆବଶ୍ୟକ ପୋଲିସ ନ ଥିବା ହେତୁ ଆଇନ ବ୍ୟବସ୍ଥା ଭାଂଗିପଡ଼ିଛି l ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ରରେ ତୁରନ୍ତ ଆଇନ ବ୍ୟବସ୍ଥା ସୁଧାରିବା ପାଇଁ ଅନୁରୋଧ କରିବା ସହିତ କେତକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନେବା ପାଇଁ ଦାବୀ କରାଯାଇଛି l ଆଜିର ଜଳେଶ୍ୱର ଥାନା ସମ୍ମୁଖ ବିକ୍ଷୋଭରେ ସିପିଆଇଏମ, ଜଳେଶ୍ୱର, ଆଞ୍ଚଳିକ କମିଟି ସମ୍ପାଦକ ଅକ୍ଷୟ ମିଶ୍ର ଅଧକ୍ଷତା କରିଥିଲେ l ଏହି ସଭାରେ ପାର୍ଟି ଜିଲ୍ଲା ସମ୍ପାଦକ ଶିଶିର ହୁଇ, ଜିଲ୍ଲା ନେତା ଦିଲ୍ଲୀପ ଗିରି, ଜିଲ୍ଲା ପାର୍ଟି ସମ୍ପାଦକ ମଣ୍ଡଳୀ ସଭ୍ୟ ଦୀପ୍ତିମାନ ଆଚାର୍ଯ୍ୟ, ପୁର୍ବତନ ସରପଞ୍ଚ ଦିଲ୍ଲୀପ ପରିଡା,ଶ୍ରମିକ ନେତା ପଲଟୁ ଦାସ, କୃଷକ ନେତା ରବୀନ୍ଦ୍ର ବାରିକ, ବସନ୍ତ ଦାସ, ଦିଲ୍ଲୀପ ଶତପଥୀ,ନାରୀ ନେତ୍ରୀ ସବିତା ଭୂୟାଁ , ଚନ୍ଦନ କାମିଳା,ଆରତୀ ପଲାଇ, ଗଣେଶ ପାତ୍ର, ଧନଞ୍ଜୟ ପଲାଇ,ରତନ ଦାସ, ଧିରେନ୍ଦ୍ର ଦେ, ସଞ୍ଜୟ ଶାସମଲ, ସୁଶାନ୍ତ ରାଉତ,ପ୍ରମଥ ପ୍ରମାଣିକ, ଜଗନ୍ନାଥ ପରିଡ଼ା ପ୍ରଭୃତି ବକ୍ତବ୍ୟ ରଖିଥିଲେ l ବିକ୍ଷୋଭ ପୂର୍ବରୁ ଜଳେଶ୍ୱର ରେଳ ଷ୍ଟେସନ ଠାରୁ ଏକ ବର୍ଣ୍ଣଢ଼୍ୟ ପଟୁଆର ବାହାରି ବଜାର ପରିକ୍ରମା କରି ସାରିବା ପରେ ଜଳେଶ୍ୱର ଥାନା ଆଗରେ ପହଂଚିଥିଲା l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ସମ୍ମାନିତ ହେଲେ କ୍ରୀଡା ଶିକ୍ଷକ

Sunil Chandra Nayak

ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!