ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ୨୭୭ ଜଣ ହିତାଧିକାରୀ ଙ୍କୁ ୫୩ ଲକ୍ଷ ୨୦ ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ 

ଧର୍ମଗଡ: ୨୭୭ ଜଣ ହିତାଧିକାରୀ ଙ୍କୁ ୫୩ ଲକ୍ଷ ୨୦ ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ 

ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ସାରିଲେଣି ୧୧୨୬ ହିତାଧିକାରୀ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ନିର୍ମାଣ ଆଶାନୁରୂପ ଭାବେ ଆଗେଇ ଚାଲିଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ଥିବା ହିତାଧିକାରୀ ମାନଙ୍କୁ ଏଥି ପାଇଁ ସରକାରଙ୍କ ପକ୍ଷ ରୁ ପ୍ରତ୍ସୋହନ ରାଶି ପ୍ରଦାନ କରା ଯାଉଛି । ସେହି ପରି ମୋ ଘର ଯୋଜନା ରେ ଆବେଦନ କରି ଥିବା ଗରିବ ଓ ନିମ୍ନ ମଧ୍ୟବିତ ପରିବାର କୁ ଆଜି ବ୍ୟାଙ୍କ୍ ସହ ସଂଯୋଗିକରଣ କରାଯାଇଛି।ଏହି ପରିପେକ୍ଷି ରେ ବ୍ଲକ ସମ୍ମିଳନୀ କକ୍ଷ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।

ଧର୍ମଗଡ ବିଡ଼ିଓ ଡ. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ ଘର ଯୋଜନା ହିତାଧିକାରୀ ଙ୍କୁ ପ୍ରତ୍ସୋହାନ ରାଶି ପ୍ରଦାନ କରିଥିଲେ । ଧର୍ମଗଡ ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଧାର୍ଯ୍ୟ ଲକ୍ଷ ୩୩୯୪ ମଧ୍ୟ ରୁ ଆଜି ସୁଦ୍ଧା ୧୧୨୬ ଜଣ ହିତାଧିକାରୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ନିଜ ନିଜ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୭୭ ଜଣ ହିତାଧିକାରୀ ଙ୍କୁ ପ୍ରଥମ ପର୍ଯ୍ୟାୟ ରେ ୫୩ଲକ୍ଷ ୨୦ ହଜାର ଟଙ୍କା ଆକାଉଣ୍ଟ ମାଧ୍ୟମ ରେ ପ୍ରଦାନ କରା ଯାଇଛି । ୪ ମାସ ମଧ୍ୟ ରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ଥିବା ୨୫୫ ଜଣ ହିତାଧିକାରୀ ଙ୍କୁ ୨୦ ହଜାର ଓ ୬ ମାସ ସମୟ ମଧ୍ୟ ରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ଥିବା ୨୨ ଜଣ ହିତାଧିକାରୀ ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରତ୍ସୋହାନ ରାଶି ପ୍ରଦାନ କରା ଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ହିତାଧୀକାରୀ ମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ବିଡ଼ିଓ ଡ. ମାଝୀ ସୂଚନା ଦେବା ସହ ଅନ୍ୟ ହିତାଧୀକାରୀ ମାନେ ମଧ୍ୟ ପ୍ରତ୍ସୋହାନ ରାଶି ପାଇବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରନ୍ତୁ ବୋଲି କହିଥିଲେ । ସେହି ପରି ମୋ ଘର ଯୋଜନା ରେ ଆବେଦନ କରି ଥିବା ୮ ଜଣ ହିତାଧୀକାରୀ ଙ୍କୁ ବ୍ୟାଙ୍କ ସହ ସଂଯୋଗ କରା ଯାଇଥିଲା।କାର୍ଯ୍ୟକ୍ରମ କୁ ବ୍ଲକ ପୋଜେକ୍ଟ କୋଅଡିନେଟର ବିରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ କର୍ମଚାରୀ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା  ୧୧ ପଞ୍ଚାୟତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

masiha

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

Sunil Chandra Nayak

ବିଭିନ୍ନ ଦାବିକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର କଳା ଵ୍ୟାଚ ପରିଧାନ

masiha

Leave a Comment

error: Content is protected !!