ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବିରେ ରାସ୍ତାରୋକ 

କାର ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବିରେ ରାସ୍ତାରୋକ 

ମ.ରାମପୁର,୩୦/୧୧( ମସୀହା): ଗତକାଲି (ବୁଧବାର) ଦିନ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ବୁରାଟ ନିକଟରେ ଏକ କାର ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା l ଏଥିରେ ସ୍କୁଟି ଚାଳକ ସଲେପାଲି ଗ୍ରାମ ର ମହେନ୍ଦ୍ର ରଣା ( ୪୫) ମୁଣ୍ଡରେ ମାଡ଼ ହୋଇ ଗୁରୁତର ଆଘାତ ହୋଇଥିଲେ l ତାଙ୍କୁ ଉଦ୍ଧାର କରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ମୁଣ୍ଡରେ ଗଭୀର ମାଡ ହେତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ପଠାଯାଇଥିଲା l ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ଭୁବନେଶ୍ୱର କୁ ନେବା ବାଟରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା l ତାଙ୍କ ମୃତ ଦେହ ମ.ରାମପୁର କୁ ପୁଣି ଅଣାଯାଇ ଡାକ୍ତରଖାନାରେ ଆଜି ଶବ ବ୍ୟବଶେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ଏହାପରେ ପ୍ରାୟ ସାଢେ଼ ଦଶ ଘଣ୍ଟା ସମୟରେ କ୍ଷତି ପୂରଣ ଦାବିରେ ତାଙ୍କ ଶବକୁ ନେଇ ପରିବାର ବର୍ଗ ଓ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ମ.ରାମପୁର – ଭବାନୀପାଟଣା ସଡ଼କ ପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ବସିଛନ୍ତି ଏବଂ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି ରଖିଛନ୍ତି l ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ସୂଚନା ଥାଉକି, ମହେନ୍ଦ୍ର ଜଣେ ରାଜମିସ୍ତ୍ରୀ ହୋଇ ଥିବାବେଳେ ସେ ଗତକାଲି ଏକ ଘର ନିର୍ମାଣ କାମ କରିବା ପାଇଁ ନିଜ ଗାଁ ସାଲେପାଲି ରୁ ମ.ରାମପୁର କୁ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ସେ ଘର ର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ l ଘରେ ତାଙ୍କର ବୃଦ୍ଧ ବାପା ପକ୍ଷାଘାତ ରୋଗରେ ପଡ଼ି ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କୌଣସି ଏକ ରୋଗ ପାଇଁ ଅସ୍ତ୍ରୋପଚାର ହେଇ ପଡିଛନ୍ତି l ତାଙ୍କ ପରିବାର ଦୁର୍ଦ୍ଦିନରେ ଚାଲିଛି l ୧୭ ବର୍ଷର ଜଣେ ପାଠ ପଢୁଆ ପୁଅ ରହିଛି l ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ନଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

Sunil Chandra Nayak

ବେକରେ ଗାମୁଛା ବାନ୍ଧି ବ୍ୟକ୍ତି ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!