ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

ରାୟଗଡା /ଟିକିରି: ବ୍ଲକ ଓ ତୃଣମୂଳ ସ୍ତରରେ ସିକଲ ସେଲ୍ ସଚେତନତାର ବ୍ୟାପକ ପ୍ରସାର ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ୍)ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ରାୟଗଡାର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗିତାରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ବିଲମାଳ ଗ୍ରାମରେ ଚଳିତ ମାସ ୨୮ ତାରିଖରେ ବ୍ଲକସ୍ତରୀୟ ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ।

ଏହି ପ୍ରଚାର ଅଭିଯାନରେ ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ମାଇକରେ ଘୋଷଣା, ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଂ ଏବଂ ପରୀକ୍ଷଣ ଶିବିର ଆଦି ଜରିଆରେ ସିକଲ ସେଲ୍ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଯିବା କାର୍ଯ୍ୟକ୍ରମ ରହିଛି।

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ଏବିପିଏସ୍)ର ଜଣେ ୧୬ ବର୍ଷ ବୟସ୍କ ଛାତ୍ରୀ ହିବାହ ଏହି ମାରାତ୍ମକ ରୋଗ ସମ୍ପର୍କରେ ଆଦିବାସୀ ସମୁଦାୟଙ୍କୁ ସଚେତନ କରାଇବାକୁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିଥିଲେ। ସିକଲ ସେଲ୍ ଆନେମିଆ କ’ଣ ସେ ସମ୍ପର୍କରେ ବୁଝିବା, ଏହାର ଲକ୍ଷଣ ଏବଂ ତଦ୍ଵଜନିତ ଦୁଃଖ ସମ୍ପର୍କରେ ସଚେତନତା ସ୍ତର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ସେହି ସମୟରେ ଏହି ରୋଗକୁ ନେଇ ରହିଥିବା ଭୁଲଧାରଣା ଏବଂ ଅନ୍ଧବିଶ୍ଵାସ ଦୂର କରିବା ପ୍ରୟାସରେ ସେ ଆଗରେ ରହିଥିଲେ । ସେ ଏକ ପୂର୍ଣାଙ୍ଗ ଅଧିବେଶନ ପରିଚାଳନା କରିବା ସହିତ ଏହି ରୋଗ ଏବଂ ତାହାର ପ୍ରତିଷେଧମୂଳକ ପଦକ୍ଷେପ ସମ୍ପର୍କରେ ଜନସମୁଦାୟ, ବିଶେଷକରି ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରିଥିଲେ।

ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଶ୍ରୀମତୀ ହିନା ବେଗ, ପ୍ରେସିଡେଣ୍ଟ, ଉଜ୍ଜଳା ଉତ୍କଳ ଲେଡିଜ୍ କ୍ଲବ, ଶ୍ରୀମତୀ ମନିଶା ଦାସ, ବିଡିଓ, କାଶୀପୁର, ଡଃ. ଜନ୍ମେଜୟ ଦାସ, ମେଡିକାଲ ଅଫିସର କାଶୀପୁର ସିଏଚ୍‌ସି, ଶ୍ରୀ ସୁନିଲ କୁମାର ରାୟ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର କାଶୀପୁର, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସଆର୍ ଆଣ୍ଡ ସିଆର୍, ଶ୍ରୀମତୀ ନିହାରିକା ସାହୁ, ଡିପାର୍ଟମେଣ୍ଟ ହେଡ, ପ୍ଲାଣ୍ଟ ସିଏସ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରକାଶ କରି ଶ୍ରୀମତୀ ମନିଶା ଦାସ ଏହି ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତିବିଶେଷ, ପରିବାର ଏବଂ ଜନସମୁଦାୟଙ୍କ ଉପରେ ସିକଲ ସେଲ୍ ଆନେମିଆ ପ୍ରଭାବ ପ୍ରତି ଦୃଷ୍ଟି ଦେବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନାର ସମ୍ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ।

“ ଆସନ୍ତୁ ଆମେ ସମସ୍ତେ ପରସ୍ପର ସହିତ ହାତ ମିଳାଇ ସିକଲ ସେଲ୍ ଆନେମିଆ ବିରୁଦ୍ଧରେ ଏକ ମିଳିତ ସାମ୍ମୁଖ୍ୟ ସୃଷ୍ଟି କରିବା। ସମ୍ମିଳିତ ଭାବରେ ଆମେ ସଚେତନତା ବୃଦ୍ଧି, ଆଦ୍ୟ ନିରୂପଣକୁ ପ୍ରୋତ୍ସାହିତ କରିବା ଏବଂ ଏହି ପରିସ୍ଥିତି ଦ୍ଵାରା ପ୍ରଭାବିତ ଲୋକଙ୍କ ନିମନ୍ତେ ଏକ ସମର୍ଥନକାରୀ ପରିବେଶ ସୃଷ୍ଟିକୁ ପ୍ରୋତ୍ସାହିତ କରି ଏକ ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିବା,” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଥିଲେ।

ନିକଟବର୍ତୀ ଗ୍ରାମଗୁଡିକରୁ ପିଆରଆଇ ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ସିଏସଆର୍ ବିଭାଗ ସଂଯୋଜନା କରିଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ସେମଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort