ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଲକର ନୂଆଗାଁ ଉପ୍ରା ସ୍କୁଲର ସ୍ନାତକ ଶିକ୍ଷକ ଭାରତେନ୍ଦୁ ମହାନ୍ତ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଵିଜାତଳା ବ୍ଲକର ନୂଆଗାଁ ଉପ୍ରା ସ୍କୁଲର ସ୍ନାତକ ଶିକ୍ଷକ ଭାରତେନ୍ଦୁ ମହାନ୍ତ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମୟୂରଭଂଜ – ୫/୯ —  ପବିତ୍ର ଗୁରୁଦିବସ ଉପଲକ୍ଷେ ଚଳିତ ବର୍ଷର ବିଜାତଳା ବ୍ଲକରୁ ବରିଷ୍ଠ ଶିକ୍ଷକ ଭାରତେନ୍ଦୁ ମହାନ୍ତଙ୍କୁ ସମ୍ମାନ ଜନକ ଏମଏସପି(ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର) ପୁରସ୍କାର ମିଳିଛି l ବାରିପଦାସ୍ଥ ସହିଦ ସ୍ମୃତି ଭବନରେ ଆୟୋଜିତ ଜିଲାସ୍ତରୀୟ ବର୍ଣ୍ଣାଢ୍ୟ ମଞ୍ଚରେ ପୂର୍ତ୍ତ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସାଂସଦ ନବ ଚରଣ ମାଝୀ,ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ଉଦଳା ବିଧାୟକ ଭାସ୍କର ମଢେଇଙ୍କ ସମେତ ଜିଲାପାଳ ହେମକାନ୍ତ ସୋଏ, ଉପଜିଲାପାଳ ଦୟାସିନ୍ଧୁ ପରିଡା, ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ ମହାନ୍ତଙ୍କୁ ମାନପତ୍ର ଓ ସିଲଡ଼ ମିଳିଛି l ଏହା ବାବଦରେ ଡିବିଟି ମାଧ୍ୟମରେ ପ୍ରାୟ ୨୫ହଜାର ଟଙ୍କାର ଅର୍ଥ ରାଶି ମଧ୍ୟ ମିଳିବ ବୋଲି ଜଣା ପଡିଛି l ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ମହାନ୍ତ ୧୮. ୦୫. ୨୦୨୧ରେ ଭଦୁବେଡା ଉପ୍ରା ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ l ଏବେ ନୂଆଗାଁ ଉପ୍ରା ସ୍କୁଲରେ ସ୍ନାତକ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି l ସେ ସ୍ଥାନୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିପଦ ମହାନ୍ତଙ୍କ ପୁତ୍ର ଅଟନ୍ତି l ପୂର୍ବରୁ ସେ ୨୦୨୧ମସିହାରେ ଶିକ୍ଷକ ସମନ୍ୱୟ ସମିତି ଦ୍ୱାରା ଶିକ୍ଷକ ଗୌରବ ସମ୍ନାନ ପାଇଥିଲେ l ସେ ଜଣେ ଆଦର୍ଶବାଦୀ, କର୍ତ୍ତବ୍ୟ ପରାୟଣ ଓ ନିଷ୍ଠାବାନ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି l ତାଙ୍କୁ ଏହି ପୁରସ୍କାର ମିଳିବା ପରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆନନ୍ଦ ଖେଳିଯାଇଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

masiha

କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ 

masiha

ବିଶ୍ବ ସମ୍ବାଦକେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ସମାରୋହ – ୨୦୨୬

Leave a Comment

error: Content is protected !!