ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ମୟୂରଭଂଜ – ୫/୦୯ —   ବହଳଦା ବ୍ଲକ ଅନ୍ତର୍ଗତ ଫାତୁ ମେମୋରିଆଲ୍ ଏକାଡେମୀ ହାଇସ୍କୁଲରେ ଗୁରୁ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇ ଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରା ଯାଇଥିଲା।    ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗୁରୁ ଦିବସ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ଗୁରୁ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମଣ୍ଡଳ ଉପସ୍ଥିତ ରହିଥିଲେ।

   ୧୯୬୨ ମସିହାରୁ ପ୍ରତ୍ୟକ ବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀ ତିଥିରେ ଗୁରୁ ଦିବସ ଭାବେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇ ଆସୁଛି ବୋଲି ସଭାପତି ରାମଚନ୍ଦ୍ର ହେମ୍ବ୍ରମ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେବା ସହିତ ଡ. ରାଧାକୃଷ୍ଣନଙ୍କ ଶିକ୍ଷା କ୍ଷେତ୍ରରେ ରହିଥିବା ଅବଦାନ ଓ ଗୁରୁ ଦିବସ ପାଳନ କରାଯିବାର ଉଦ୍ଧେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ହ୍ୟାପି ଟିଚର୍ସ ଡେ ତଥା “ଗୁରୁବ୍ରହ୍ମା ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମୈ ଶ୍ରୀଗୁରୁବେ ନମଃ” ଡ. ସର୍ବପଲ୍ଲୀ ରାଧକୃଷ୍ଣନଙ୍କ ଫଟୋ ଚିତ୍ରରେ ଉଲ୍ଲେଖିତ ପକେଟ ସାଇଜ କାର୍ଡ ପ୍ରଦାନ କରା ଯାଇଥିଲା। 

    ଏହି ଅବସରରେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁରୁ ଦିବସ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଯେଉଁଥିରେ ପିଲାମାନେ ଶିକ୍ଷକଙ୍କ ଗୁରୁତ୍ୱ ଏବଂ ସେମାନଙ୍କ ମାର୍ଗଦର୍ଶନ ଉପରେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରଶାସନ ଦ୍ୱାରା ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ବକୃତା ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରୀ ଆଦ୍ୟା ଅନୁପମା ରାଜ ପ୍ରଥମ, ଦଶମ ଶ୍ରେଣୀର ପୁନ୍ତାମଣୀ ହାଁସଦାଃ ଦ୍ବିତୀୟ ଏବଂ ନବମ ଶ୍ରେଣୀର ଛାତ୍ର ଆଦର୍ଶ ପରାମାଣିକ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।

     ମୁଖ୍ୟଅତିଥି ଚିତ୍ତରଞ୍ଜନ ମଣ୍ଡଳ ତାଙ୍କ ଅଭିଭାଷଣରେ ଗୁରୁ ଜୀବନରେ ମାର୍ଗଦର୍ଶନର ପ୍ରଦୀପ ଏବଂ ତାଙ୍କ ବିନା ଶିକ୍ଷା ଏବଂ ମୂଲ୍ୟବୋଧ ଅସମ୍ପୂର୍ଣ୍ଣ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ନିଜ ନିଜ ଶ୍ରେଣୀ ଶିକ୍ଷକ ମାନଙ୍କୁ କଲମ, ଓ ଫୁଲତୋଡା ଉପହାର ସ୍ବରୁପ ପ୍ରଦାନ କରିବା ସହିତ ପ୍ରଣାମ କରି ଆଶିର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ଶିକ୍ଷକ ପ୍ରକାଶଚନ୍ଦ୍ର ନାୟକ ଅତିଥି ଓ ଶିକ୍ଷକ ମାନଙ୍କୁ ଅଖଣ୍ଡ ଜ୍ୟତି ପତ୍ରିକା ଓ ଶିକ୍ଷକ ଗାରିମା ଏକ ବିହଙ୍ଗାଲୋକନ ପୁସ୍ତକ ପ୍ରଦାନ କରିଥିଲେ।

   କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଚିନ୍ଦ୍ର ରାଜ, ଶିକ୍ଷକ ହିମାଂଶୁ ଚରଣ ମହାନ୍ତ, ଗୋପୀନାଥ ଗୋପ, ହାଦିରାମ ହେମ୍ବ୍ରମ, ଅତିଥି ଶିକ୍ଷକ ନିମାଇଁ ହେମ୍ବ୍ରମ, ସେବକ ଘାଷିରାମ ହେମରମ ଏବଂ ଶିକ୍ଷୟତ୍ରୀ ରେସ୍ମା କୁମାରୀ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

  ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଝାରକଟା ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା

masiha

ପଞଭୂତରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି ; ରାଇରଙ୍ଗପୁରରେ ଶୋକରେ ଛାୟା

masiha

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

masiha

Leave a Comment

error: Content is protected !!