ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

 ମୟୂରଭଂଜ -୫l୯ —  ମୟୁରଭଞ୍ଜ ଜିଲ୍ଲା ବହଳଦା ଓ ତିରିଂ ଠାରେ ଅଲ ଇଣ୍ଡିଆ କଂଗ୍ରେସ କମିଟୀ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବ୍ଲକ ସ୍ତରୀୟ କର୍ମୀ ମାନଙ୍କ ସହ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। 

        ବୈଠକରେ ଅଲ ଇଣ୍ଡିଆ କଂଗ୍ରେସର ଯୁଗ୍ମ ସଂପାଦକ ନିତିନ କୁମ୍ଭଲକର ଏବଂ ପ୍ରଦେଶ କଂଗ୍ରେସ କମିଟୀର ଅନ୍ୟତମ ପର୍ଯ୍ୟବେକ୍ଷକ ବନମାଳୀ ଦାସ ପହଞ୍ଚି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଂଗଠନ ସୃଜନ ଅଭିଯାନ ନାମରେ ବହଳଦା ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ବୈଠକରେ ସଭାପତି ଚୟନ କରିବା ପାଇଁ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇଥିଲେ। ସଂଗଠନ ସୃଜନ ଓ ସଭାପତି ଚୟନ ନେଇ ଦଳୀୟ କର୍ମୀ ମାନେ ପର୍ଯ୍ୟବେକ୍ଷକଙ୍କ ନିକଟରେ ବ୍ୟକ୍ତିଗତ ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ଭୂବନ ସାହୁ, ମହିଳା କଂଗ୍ରେସର ଉପସଭାନେତ୍ରୀ ଜବାମଣୀ ଟୁଡୁ, ପୂର୍ବତନ ବିଧାୟକ ଯଥା ଲକ୍ଷ୍ମଣ ହେମ୍ବ୍ରମ, ପ୍ରହ୍ଲାଦ ପୂର୍ତ୍ତି ଏବଂ ଶ୍ୟାମ ଚରଣ ହାଁସଦାଃ ପ୍ରମୁଖଙ୍କ ସହିତ ରାଇରଙ୍ଗପୁର ର ବସନ୍ତ ପଟ୍ଟନାୟକ, ପ୍ରଭା ଦାସ, ଆଲୋକ ବରାଳ, ଦିଲ୍ଲୀପ ଦାସ, ପୂର୍ବତନ କାର୍ଯ୍ୟକାରୀଣି ସଭାପତି ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକ ଜରିଆରେ ପର୍ଯ୍ୟବେକ୍ଷକ ନିତିନ କୁମ୍ଭଲକର ଜଣାଇଥିଲେ ଯେ ଚଳିତ ମାସ ୮ ତାରିଖ ଦିନ କରଞ୍ଚିଆ ଠାରେ ଅନୁଷ୍ଠିତ ହେବାକୁଥିବା ବୈଠକରେ ସଭାପତି ହେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଦରଖାସ୍ତ ପ୍ରଦାନ କରିବା ସହିତ ପର୍ଯ୍ୟବେକ୍ଷକଙ୍କ ସହିତ ସାକ୍ଷାତ କରି ପାରିବେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

masiha

ଆମ ଓଡିଶା ନବୀନ ଓଡିଶା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

masiha

Leave a Comment

error: Content is protected !!