ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଏସପି କଳାହାଣ୍ଡି ପକ୍ଷରୁ ମାୟାବତୀଜୀ ଙ୍କ ଜନ୍ମ ଦିନ ପାଳିତ

ଭବାନୀପାଟଣା:୧୫/୦୧ – (ମ.ନି.ସ):- ବହୁଜନ ସମାଜ ପାର୍ଟି କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ଦେଶର ସାମାଜିକ ପରିବର୍ତ୍ତନ ଏବଂ ଆର୍ଥିକ ମୁକ୍ତି ଆନ୍ଦୋଳନ ର ମହାନାୟୀକା ତଥା ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷା,ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍ତର ପ୍ରଦେଶ ଲୌହମାନବୀ ଭଉଣୀ କୁମାରୀ ମାୟାବତୀଜୀ ଙ୍କ ୬୭ ତମ ଜନ୍ମ ଦିବସ ଭବାନୀପାଟଣା ନକଟିଗୁଡା ସ୍ଥିତ ଆମ୍ବେଦକର ଭବନଠାରେ ଜନ କଲ୍ଯାଣକାରୀ ଓ ଆର୍ଥିକ ସହଯୋଗ ଦିବସ ଭାବେ ପାଳନ କରାଯାଇଛି। ଜନ୍ମ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ଭଉଣୀ କୁମାରୀ ମାୟାବତୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଭଉଣୀଙ୍କ ନାମରେ ଏକ ବାର୍ଥଡେ କେକ୍ କଟାଯାଇଥିଲା। କଳାହାଣ୍ଡି ଜିଲ୍ଲା ସଭାପତି ଆଇନଜୀବୀ ଜଲନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ଲୋକସଭା ପ୍ରଭାରୀ ଖଗେଶ୍ବର ନାଏକ, ଜିଲ୍ଲା ପ୍ରଭାରୀ ଦାମୋଦର ଛତ୍ରୀଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଏକ, ଶ୍ରୀଜୟସେନ ନାଏକ, ଶ୍ରୀ ଯୌବନ ନାଏକ,ଶ୍ରୀ ଜଗଦାନନ୍ଦ ବାଗ, ଶ୍ରୀ ଗର୍ବଗଞ୍ଜନ ବାଗ, ଶ୍ରୀ ବିଜୟ କର, ଶ୍ରୀ ଚୈତନ୍ୟ ଧଙ୍ଗଡା ମାଝୀ, ଶ୍ରୀ ଅକୃର ନିଆଲ, ଶ୍ରୀ ନିକୁଞ୍ଜ ନାଏକ, ଶ୍ରୀ ରହୁଲ ନାଏକ ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହିଥିଲେ।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳ ତରଫରୁ ଧାମନାଗୁଡ଼ା ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ

Sunil Chandra Nayak

ନବ ଜିଲ୍ଲା ଯୁବ ମୋର୍ଚ୍ଚା ନେତୃତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

Leave a Comment

error: Content is protected !!