ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥକୁ ସ୍ଵାଗତ

ରାୟଗଡ଼ା: ତା: ୧୫/୦୧/୨୩// ସ୍ବାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ରାୟଗଡା ଶାଖା ଦ୍ଵାରା ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଜି ରାୟଗଡା ଜିଲ୍ଲା କେନ୍ଦ୍ର ଠାରେ ସହସ୍ରାଧିକ ରାଷ୍ଟ୍ର ପ୍ରେମୀ ଙ୍କ ଗହଣରେ ସ୍ବାମୀ ବିବେକାନନ୍ଦ ରଥ ପରିକ୍ରମା କରିଥିଲା ଏହି ରଥ ସକାଳ ୯ .୩୦ ଘଣ୍ଟା ସମୟରେ ଜିସିଡି ହାଇସ୍କୁଲ ନିକଟ ଗାନ୍ଧୀ ପାର୍କ ଠାରୁ ଏକ ବିଶାଳ ପଟୁଆର ପଦଯାତ୍ରା ରେ ବାହାରି ରାୟଗଡା ନଗର ପରିକ୍ରମା କରି ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ବିଦ୍ୟାଳୟ ପଡ଼ିଆ ଠାରେ ପହଞ୍ଚିଥିଲା ସମାଜ ର ବିଭିନ୍ନ ବର୍ଗର କୃଷକ , ଛାତ୍ର ଛାତ୍ରୀ , ବ୍ୟବସାୟୀ ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ଥିଲା ସ୍ଵାମୀ ବିବେକାନନ୍ଦ ଙ୍କ ବାର୍ତ୍ତା ଏବଂ ବିଚାରକୁ ଦେଶର କୋଣ ଅନୁକୋଣରେ ପହଞ୍ଚ।ଇ ସକରାତ୍ମକ ବ୍ୟବସ୍ଥା ପରିବର୍ତ୍ତନ ମାଧ୍ୟମରେ ରାଷ୍ଟ୍ରକୁ ପରମ ବୈଭବ ଶାଳୀ କରିବା । ରାୟଗଡ଼ା ସ୍ଵାଗତ ସମିତି ର ଯୋଗେଶ୍ଵର ଦାସ ଏବଂ ବିଜୟ ଚୌଧୁରୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନ୍ଥ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ଣ୍ଣ କାଳିନ ପ୍ରଚାରକ ତଥା ପ୍ରାନ୍ତଃ ସେବା ପ୍ରମୁଖ , ପ୍ରଧ୍ୟାପକ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି , ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ଶକ୍ଷମ ର ପ୍ରାନ୍ତଃ ଉପଦେଷ୍ଟା ଶ୍ରୀଯୁକ୍ତ ବାଦଲ କୁମାର ତା , ଇମ୍ଫା କାରଖାନା ର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରଶାଦ ପାଣିଗ୍ରାହୀ , ବରିଷ୍ଠ ଆଇନଜୀବି ଶ୍ରୀ ବ୍ରଜ ସୁନ୍ଦର ନାୟକ , ଅଧିବକ୍ତା ପରିଷଦ ର ଜିଲ୍ଲା ପ୍ରମୁଖ ଶ୍ରୀ କିଶୋର କୁମାର ସାହୁ , ବରିଷ୍ଠ ଆଇନଜୀବି ଶ୍ରୀ ପଦ୍ମନାଭ ଦାଶ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପାଳନ ର ମହତ୍ବ ସହ ସ୍ଵାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗଣେଶ କୁମାର ସାହୁ , ସୁରେଶ କୁମାର ଫୁଦନାନି , ଅର୍ଜୁନ ଯାଦବ , ଦୁର୍ଗା ମାଧବ ଘୋଷ , ପରମା ନନ୍ଦ ପ୍ରଧାନ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ଶ୍ରୀଯୁକ୍ତ ପ୍ରଭାତ ମହାପାତ୍ର , ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ଶିକ୍ଷକ ଶିକ୍ଷୟିତ୍ରୀ ସହ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ , ଗାୟତ୍ରୀ ପରିବାର , ବିଶ୍ଵ ହିନ୍ଦୁ ପରିଷଦ , ସକ୍ଷମ ର ବିଦ୍ୟା ଭୁଷଣ ପଣ୍ଡା , ସ୍ୟାମ କୁମାର ଦାଶ , ସ୍ଵାମୀ ବିବେକାନନ୍ଦ ସେବା ସମିତି ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , ସ୍ଵାମୀ ବିବେକାନନ୍ଦ ୱାକର୍ସ କ୍ଳବ୍ , ଅଧିବକ୍ତା ପରିଷଦ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ , ସଂକିର୍ତ୍ତନ ମଣ୍ଡଳୀ , ସହରର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି , ବୁଧିଯିବି , ବ୍ୟବସାୟ ସହ ସମସ୍ତ ବର୍ଗ ର ଜନସାଧାରଣ ଯୋଗ ଦେଇଥିଲେ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!