ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଧାଣି ସମାଜର କରମ ପୂଜା ଓ ପାରମ୍ପରିକ ନାଚଗୀତ ଅନୁଷ୍ଠିତ 

ବିନ୍ଧାଣି ସମାଜର କରମ ପୂଜା ଓ ପାରମ୍ପରିକ ନାଚଗୀତ ଅନୁଷ୍ଠିତ 

ମୟୂରଭଞ୍ଜ -୧୯/୦୧ // ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଚାଲିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ ବର୍ଗଙ୍କ ଭିନ୍ନ ଭିନ୍ନ ରୀତିନୀତି ଅନୁଯାଇ ଭିନ୍ନ ଭିନ୍ନ ସଂସ୍କୁତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସେହିପରି ବାରିପଦାସ୍ଥିତ ଷ୍ଟେସନ ପଡିଆରେ ମୟୁରଭଞ୍ଜ ଜିଲ୍ଲା ବିନ୍ଧାଣି ସମାଜର ଯୁବ ନେତା ଛୋଟୁରାମ ବିନ୍ଧାଣି ଓ ଯୁବ ସଂଗଠକ ଶିବ ବିନ୍ଧାଣି ଦ୍ୱାରା ଆୟୋଜିତ ପାରମ୍ପରିକ କରମ ପୂଜା ଓ ମୃଦଙ୍ଗର ତାଳେ ତାଳେ ନାଚଗୀତ ପର୍ବ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବ ନେତା ତଥା ସବୁଜ ସୁନ୍ଦର ବାରିପଦାର ସଭାପତି ଏବଂ ବାରିପଦା ପୌରପାଳିକା ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି ( ନଛି )ଯୋଗଦେଇଥିଲେ ଏବଂ ବିନ୍ଧାଣି ସମାଜର ରୀତିନୀତି ଅନୁସାରେ ପାରମ୍ପରିକ ପୂଜା ଓ ନାଚଗୀତରେ ସାମିଲ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବିନ୍ଧାଣି ପରିବାରର ଝିଅବହୁ ଓ ପୁରୁଷମାନେ ପାରମ୍ପରିକ ପୋଷାକରେ ସାମିଲହୋଇଥିବାର ଦେଖିବାକୁ ମିଳିଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ସମ୍ବଲପୁରରେ ସରକାର ଲୋକଙ୍କ ଦୁଃଖ ଶୁଣିଲେ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ଉପସ୍ଥିତ

masiha

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭାରତ ସରକାର, ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Sunil Chandra Nayak

ରୋଟାରୀ କ୍ଲବ ଅଫ ରାଉରକେଲା ର ସ୍ଥାପନା ଦିବସ ପାଳିତ 

masiha

Leave a Comment

error: Content is protected !!