ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

ବାଲେଶ୍ବର,୧୯/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ମା’ ଅମ୍ବିକା ଆଶ୍ରମ ପରିସରରେ ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂସଦର କାର୍ଯ୍ୟକାରୀ ସଭାପତି ଶରତ କୁମାର ବିଶ୍ବାଳ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ଉଦଘାଟନୀ ସଭାରେ ଉଦଘାଟକ ଭାବେ ମା’ ଅମ୍ବିକା ଉଦାସୀନ ଆଶ୍ରମର ମହନ୍ତ ଶୁଭେନ୍ଦୁମୁନି ଉଦାସୀନ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ । ସଂସଦର ଉପସଭାପତି ବସନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ହରିହର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସ ଚନ୍ଦ୍ର ବେଜ, ବରେଣ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଭରତ ଚନ୍ଦ୍ର ଦାଶ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ସଂଯୋଜକ ଭାବେ ଭଦ୍ରକ ଜିଲ୍ଲା ଇରମରୁ ଆସିଥିବା ରଞ୍ଜନ କୁମାର ନାୟକ ଓ ଆଗରପଡାରୁ ଆସିଥିବା ତପନ କୁମାର ସାହୁ ଖୁବ୍ ସୁନ୍ଦର କବିତା ସଂଯୋଜନା କରିଥିଲେ । ଏଥିରେ ଉମେଶ ଚନ୍ଦ୍ର ମହାନ୍ତି, ଭରତ ଚନ୍ଦ୍ର ଦାସ, ବିଭୂତି ଭୂଷଣ ଦାଶ, ବିଷ୍ଣୁ ପ୍ରସାଦ ବହଳୀ, ଜଗନ୍ନାଥ ମହାପାତ୍ର, ଲକ୍ଷ୍ମୀକାନ୍ତ ବିଶ୍ବାଳ, ପରେଶ ପ୍ରସାଦ ଦକ୍ଷିଣରାୟ, ପ୍ରଫୁଲ୍ଲ ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ, ଜ୍ଯୋତ୍ସ୍ନାରାଣୀ ଜେନା, ଗୀତାଞ୍ଜଳି ଜେନା, ନରହରି ସାହୁ, ପ୍ରସନ୍ନ ମତ୍ତଗଜ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ବସନ୍ତ କୁମାର ଦାସ, ଇଲାରାଣୀ କର, ହରେକୃଷ୍ଣ ପଣ୍ଡା, ଇନ୍ଦ୍ରମଣି ରାଉତ, ଶ୍ରଦ୍ଧାଞ୍ଜଳି ଖମାରୀ, ଗାୟତ୍ରୀ ଖମାରୀ, ନିରଞ୍ଜନ ପ୍ରସାଦ ବାରିକ, ମିନତି ଲତା ନାୟକ, ରତ୍ନାକର ସେଣ୍ଡ, ବିଶ୍ବନାଥ ମାଝୀ, ପୁରୁଷୋତ୍ତମ ନାୟକ, ଗୋପାଳ ଚରଣ ପତ୍ରୀ, ଓଁକାରେଶ୍ବରୀ ଦାଶ, ପୀତାମ୍ବର ନାୟକଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ହରେକୃଷ୍ଣ ପଣ୍ଡା ।

    ସେହିପରି ଦ୍ବିତୀୟ ପର୍ଯ୍ଯାୟ ଥିଲା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା । ମଞ୍ଚାସୀନ ମାନଙ୍କ ଦ୍ବାରା ସଂସଦର ମୁଖପତ୍ର ” କଲ୍ଯାଣ ” ଉନ୍ମୋଚିତ ହୋଇଥିଲା । ସାହିତ୍ୟ ଆଲୋଚନା ପରେ ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସଂସଦର ସମସ୍ତ ମେମ୍ବର ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

masiha

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sunil Chandra Nayak

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!