ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

ରାୟଗଡ:-ତା.୬/୦୨-ରାୟଗଡ ଜିଲ୍ଲାରେ ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୋଟଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ଆଜି ଜିଲ୍ଲାପାଳ ରାୟଗଡ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷିତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟତଃ ଭୋଟ ଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳ ମାନଙ୍କୁ ଅବଗତ କରାଇବl ଉପରେ ଆଲୋଚନା କରିଥିଲେ l ଜିଲ୍ଲାର ରୟାଗଡ଼, ଵିଷମ କଟକ ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀର କେତେକ ଭୋଟକେନ୍ଦ୍ରର ନାମ ପରିବର୍ତ୍ତନ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି l ୧୩୮ଗୁଣୁପୁର ନିର୍ବାଚନ ମଣ୍ଡଳୀର ୭୮ଟି ଭୋଟ ଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଗୋଟିଏ ଭୋଟ ଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯାଇଛି l ୧୩୯ ଵିଷମ କଟକ ନିର୍ବାଚନ ମଣ୍ଡଳୀର ୪ଟି ଭୋଟ ଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଗୋଟିଏ ସ୍ଥାନ ପରିବର୍ତ୍ତନ କରାଯାଇଛି l ସେହିପରି ୧୪୦ରାୟଗଡ ନିର୍ବାଚନ ମଣ୍ଡଳୀର ଗୋଟିଏ ଭୋଟ ଦାନ କେନ୍ଦ୍ର ନାମ ପରିବର୍ତ୍ତନ କରାଯାଇଛି l ଏହି ପରିବର୍ତ୍ତନ ଫଳରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨୮୪ଭୋଟ ଦାନ କେନ୍ଦ୍ରରୁ ବୃଦ୍ଧି ପାଇ ୨୮୯ ଭୋଟ କେନ୍ଦ୍ର, ଵିଷମ କଟକ ନିର୍ବାଚନ ମଣ୍ଡଳୀର ୨୮୯ରୁ ବୃଦ୍ଧି ପାଇ ୨୯୩ହୋଇଥିବା ବେଳେ ରାୟଗଡ ନିର୍ବାଚନ ମଣ୍ଡଳୀର ୨୯୮ଭୋଟ କେନ୍ଦ୍ରରୁ ବୃଦ୍ଧି ପାଇ ୩୦୧ଟି ଭୋଟ ଦାନ କେନ୍ଦ୍ର ହୋଇଛି l ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେବୀ, ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ, ସହକାରୀ ଜିଲ୍ଲାପାଳ ରାୟଗଡ ମୃତ୍ୟୁଞ୍ଜୟ ବରାଳ ଓ ଉପଜିଲ୍ଲାପାଳ ଗୁଣୁପୁର ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ଯୋଗଦେଇଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶଙ୍କର୍ଷଣ ମଙ୍ଗରାଜ, ବିଜୁ ଜନତା ଦଳରୁ ଦେବାଶିଷ ଖାଡ଼ଙ୍ଗା, ଭାରତୀୟ ଜନତା ପାର୍ଟି ତରଫରୁ କେ. ଅଶ୍ୱିନୀ, ଆମ ଆଦମୀ ପାର୍ଟି ତରଫରୁ ଯେ. ସେନାପତି ଓ ସନ୍ତୋଷ ପାଇକ ଆଦି ଯୋଗଦାନ କରଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିବେକାନନ୍ଦ ଯୁବ ସଂସଦର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ଚନ୍ଦ୍ରପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

Leave a Comment

error: Content is protected !!