ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଁଡୁଖ୍ ଭାଷା ଓ ବନ୍ନା ଲିପି କୁ ସାଂବିଧାନିକ ମାନ୍ୟତା ଦାବି କରି ବିଶାଳ ରାଲି ୯ରେ

କୁଁଡୁଖ୍ ଭାଷା ଓ ବନ୍ନା ଲିପି କୁ ସାଂବିଧାନିକ ମାନ୍ୟତା ଦାବି କରି ବିଶାଳ ରାଲି ୯ରେ

ରାଉରକେଲା: ଆଦିବାସୀ ଓରାମ ସମାଜର ପ୍ରମୁଖ ମାତୃଭାଷା କୁଁଡୁଖ୍ ଭାଷା ଓ ବନ୍ନା ଲିପିକୁ ସାଂବିଧାନିକ ମାନ୍ୟତା ଦାବି କରି ଆସନ୍ତା ୯ ତାରିଖ ଦିନ ରାଉରକେଲାରେ ୭ମ ରାଷ୍ଟ୍ର୍ରୀୟ ବିଶାଳ ରାଲି ଅନୁଷ୍ଠିତ ହେବାକୁ ଯାଉଛି । ଏଥିନେଇ ସର୍ବଭାରତୀୟ କୁଁଡୁଖ୍ ପାଡ୍‌ହା ପକ୍ଷରୁ ସ୍ଥାନୀୟ ମିଡିଆ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଭାରତୀୟ କୁଁଡୁଖ୍ ପାଡ୍‌ହାର ମହାସଚିବ ବୁରୁଙ୍ଗ ବାର୍ଲା, ରାଷ୍ଟ୍ରୀୟ ଏକତା ପରିଷଦର ଅଧ୍ୟକ୍ଷା ସୁଷମା ଲାକ୍ରା, ସର୍ବଭାରତୀୟ ସଭାପତି ରାମଚନ୍ଦ୍ର ଖାଲ୍‌ଖୋ, ଜିଲ୍ଲା କନ୍‌ଭେନର ପରୁଆ ଏକ୍କା, ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ସଂଘର କାର୍ଯ୍ୟକାରୀ ସଭାପତି ଶଙ୍କର ଓରାମ ତିର୍କୀ, ମୁରଲୀ ପାଡ୍‌ହା ତଲବାହାଡି ଯୁବକ ସଂଘର ସଭାପତି ଦିଲୀପ କୁମାର ଟପ୍ପୋ, ସର୍ବଭାରତୀୟ ଯୁବକ ସଂଘର ସାଧାରଣ ସଚିବ କିରଣ ଓରାମ ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ ।ସେମାନେ କହିଲେ ଏହି ଭାଷା ସମ୍ପର୍କିତ ବିଭିନ୍ନ ୭ ଦଫା ଦାବି ନେଇ ଏକ ବିଶାଳା ରାଲି ବିଶ୍ରା ଛକରୁ ବାହାରି ଉଦିତ୍‌ନଗର ଏଡିଏମଙ୍କ କାର୍ଯ୍ୟାଳୟ ନିକଟକୁ ଯିବ । ସେଠାରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ବହୁ ପ୍ରାଚିନ କୁଁଡୁଖ୍ ଭାଷାକୁ ମାନ୍ୟତା ମିଳିଲେ ଉନ୍ନତ ସାହିତ୍ୟର ବିକାଶ ପାଇଁ ଓରାମ ସମାଜ ଅଗ୍ରସର ହୋଇପାରିବ । ଏହି ଭାଷା ଓ ସ୍ୱତନ୍ତ୍ର ଲିପିକୁ ଝାଡଖଣ୍ଡର ବାସୁଦେବ ରାମ ଖାଲଖୋ ଆବିଷ୍କାର କରିଛନ୍ତି । ଏହି ଭାଷା ଓ ଲିପିକୁ ସାଂବିଧାନିକ ମାନ୍ୟତା ପ୍ରଦାନ କରିବା, ବହୁଳ ସଂଖ୍ୟାରେ ଓରାମ ଜନଜାତି ବସବାସ କରୁଥିବା ଅଂଚଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି କରିବା, ଉଚ୍ଚ ଶିକ୍ଷା ପାଇଁ ବିଶ୍ୱିଦ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର କୁଁଡୁଖ୍ ବିଭାଗ ଆରମ୍ଭ କରାଇବା, କେନ୍ଦ୍ର ଓ ରାଜ୍ୟରେ ଏକ ସ୍ୱତନ୍ତ୍ର ଭାଷା ଆୟୋଗ ସ୍ଥାପନ କରିବା, ଝାଡଖଣ୍ଡରେ କାର୍ଯ୍ୟକାରୀ ହୋଇଥିବା କୁଁଡୁଖ୍ ପାଠ୍ୟକ୍ରମଗୁଡିକୁ ସାରା ଦେଶରେ ଲାଗୁ କରିବା ଓ ଏହି ଭାଷାକୁ ଦପ୍ତରୀ ଭାଷା ଭାବେ ମାନ୍ୟତା ଦେବାକୁ ସେମାନେ ଦାବି କରିଛନ୍ତି । ଆସନ୍ତା ୯ ତାରିଖରେ ହେକାବୁ ଥିବା ରାଲିରେ ବହୁ ସଂଖ୍ୟକ ଓରାମ ଭାଷାଭାଷି ବ୍ୟକ୍ତିବିଶେଷ ସାମିଲ ହେବାକୁ ସେମାନେ ନିବେଦନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

masiha

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!