ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁଲଡିହାରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ

ମହୁଲଡିହାରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ

 ମୟୂରଭଞ୍ଜ-୦୬/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚଳିତ ବର୍ଷ ରଜତ ଜୟନ୍ତୀ ଉପଲକ୍ଷେ ଧୂମଧାମରେ ଶୁଭାରମ୍ଭ ହୋଇଛି ।୫ ତାରିଖ ସୋମବାର ଦିନ ମଶାଲ ଯାତ୍ରା ହୋଇଥିଲା ।ଆଜି ପ୍ରଥମ ଦିବସରେ ପ୍ରଥମ ପାଳିରେ ରାଇରଙ୍ଗପୁର ବନାମ ବାଲେଶ୍ବର ଖେଳ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଆଂଚଳିକ ଜିଲ୍ଲା ପରିବହନ ଅଧିକାରୀ ଇଂ ସନ୍ଦୀପ ପାଇକରାୟ, ସମାଜସେବୀ ସଚିନ ଅଗ୍ରୱାଲ, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା,ଶ୍ଯାମ ସୁନ୍ଦର ଜ୍ୟୋତିଷ,ପଞ୍ଚୁ ଲୋହାର,ଉକୁଲ ପାଲ,ବାବୁଲା ଅମର ଦେଓ ହେମ୍ବ୍ରମ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ,ପ୍ରଦୀପ ପ୍ରଜ୍ବଳନ ଏବଂ ଫିତା କାଟି ଶୁଭାରମ୍ଭ କରିବା ସହ ଖେଳାଳିଙ୍କ ସହ ପରିଚରୟ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୃଙ୍ଖଳା ଓ ପ୍ରତିଯୋଗିତା ମନୋଭାବ ନେଇ ଖେଳିବା ସହ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ପ୍ରଥମ ପାଳିରେ ବାଲେଶ୍ବର ଟିମ୍ ରାଇରଙ୍ଗପୁର ହରାଇଥିବା ବେଳେ ଦିତୀୟ ପାଳିରେ କେଉଁଝର ଟିମ ବାରିପଦାରୁ ହରାଇ ବିଜୟ ଲାଭ କରିଛି ।ଖେଳ ଦେଖିବାପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।ରେଫେରୀ ଭାବେ ପଞ୍ଚୁ ଲୋହାର,ଅମ୍ପାୟାର ଭାବେ ଜାମସେଦପୁରର ଦିଲିପ ଚୌଧୁରୀ,ଯାଜପୁରର ଛାୟାକାନ୍ତ ଦ୍ବିବେଦୀ, ଏବଂ ଦୁର୍ଗା ପଟ୍ଟନାୟକ ଦାୟିତ୍ଵ ନିଭାଇଥିଲେ । ଟୁର୍ଣ୍ଣାମେଣ୍ଟରସଭାପତି ବିଧାୟକ ନଵ ଚରଣ ମାଝୀକିଶୋର ରଜକ, ସିଦ୍ଧାର୍ଥ ପାଲ,ପ୍ରଦୀପ ରାଉତ, ସଞ୍ଜୀବ ସିଂ କାହ୍ନା,ସାଓନା ସୁନ୍ଦର, ଶିଶିର,ମିଥୁନ ପ୍ରମୁଖ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରଥମ ସେମିଫାଇନାଲ ୮ ତାରିଖ, ଦିତୀୟ ସେମି ଫାଇନାଲ ୧୦ ତାରିଖ ଏବଂ ଫାଇନାଲ ଖେଳ‌ ୧୧ ତାରିଖ ଅନୁଷ୍ଠିତ ହେବ । ୬ ଦିନ ଧରି ଖେଳ ଅନୁଷ୍ଠିତ ହେବ । ଏଥିରେ ୧୦ ଟି ବଛା ବଛା ଟିମ ରାଇରଙ୍ଗପୁର,ବାରିପଦା, ବାଲେଶ୍ଵର, କେଉଁଝର, ଛତିଶଗଡ଼ର   ବିଳାସପୁର, ସମ୍ବଲପୁର, ଖୋର୍ଦ୍ଧା ରେଲୱେ, ଝାଡ଼ଖଣ୍ଡର ରାଞ୍ଚି, ଉତ୍ତର ପ୍ରଦେଶର ଏନ ଏନ୍ ଏସ ଏକାଡେମୀ ଅଂଶ ଗ୍ରହଣ କରିଛନ୍ତି ।କମିଟି ତରଫରୁ ସମସ୍ତ କ୍ରୀଡ଼ାପ୍ରେମୀ ଓ ଦେଖଣାହାରୀଙ୍କୁ ପଡ଼ିଆରେ ଖେଳ ଦେଖିବାକୁ ଆସନ୍ତୁ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରନ୍ତୁ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

ସ୍ବାମୀଙ୍କ ସହିତ ବାଣପୁର ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଆସି ପଡିଆ ମଧ୍ୟରୁ ସ୍ତ୍ରୀ ଫେରାର !!!

Sunil Chandra Nayak

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!