ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଣ୍ଡନବାସୀ ଚାଖିବେ ଢେଙ୍କାନାଳର ସୁଆଦିଆ ଷ୍ଟ୍ରବେରୀ

ଲଣ୍ଡନବାସୀ ଚାଖିବେ ଢେଙ୍କାନାଳର ସୁଆଦିଆ ଷ୍ଟ୍ରବେରୀ

ଓଡ଼ିଶାରୁ ପ୍ରଥମକରି ଢେଙ୍କାନାଳ(ତାପସଦାସ) ଜିଲ୍ଲାରୁ ବିଦେଶକୁ ରପ୍ତାନୀ ହୋଇଛି ୫୨ କେଜି ଷ୍ଟ୍ରବେରୀ।ଜିଲ୍ଲାର ଭୁବନ ଓ ଗଂଦିଆ ବ୍ଲକରେ ୧୩ ଜଣ ଚାଷୀ ପାହାଡ଼ ପାଦ ଦେଶରେ ଘଞ୍ଚ ଜଙ୍ଗଲ ଭିତରେ ଦୁଇ ହେକ୍ଟର ଜମିରେ ଏହି ଚାଷ କରିଛନ୍ତି। ଓଡ଼ିଶାରୁ ବିଦେଶକୁ ଗଲା ବିଦେଶୀ ଫଳ।ଆଉ ତାହା ପୁଣି ପ୍ରଥମ ଥର।ଢେଙ୍କାନାଳ ଜିଲ୍ଲାରୁ ୫୨ କେଜି ସତେଜ ଷ୍ଟ୍ରବେରୀ ସିଧା ଲଣ୍ଡନକୁ ରପ୍ତାନୀ ହୋଇଛି।ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ।ଢେଙ୍କାନାଳ ଜିଲ୍ଲାର ଭୁବନ ଓ ଗଂଦିଆ ବ୍ଲକରେ ୧୩ ଜଣ ଚାଷୀ ପାହାଡର ପାଦ ଦେଶରେ ଜଙ୍ଗଲ ପରିବେଶରେ ଏହାକୁ ଚାଷ କରିଛନ୍ତି।ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ ବୁନ୍ଦା ଜଳସେଚନ ମାଧ୍ୟମରେ ଏହି ସବୁ ଚାଷ କରାଯାଉଥିବାରୁ ଏହାର ସାଇଜ୍ ଏବଂ କ୍ୟାଲିଟି ବେଶ୍ ଭଲ ହୋଇଛି।ମହାରାଷ୍ଟ୍ରର ମହା ବଳେଶ୍ଵରରୁ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଷ୍ଟ୍ରବେରୀ ଚାରା ସବୁ ଚାଷୀଙ୍କୁ ମାଗଣାରେ ଯୋଗାଇ ଦିଆ ଯାଇଥିଲା।ତା ସହିତ ମଲଚିଙ୍ଗ ଓ ଡ୍ରିପ ଇରିଗେସନ ମାଧ୍ୟମରେ ଚାଷ କରିବା ପାଇଁ ସବସିଡି ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବା ଚାଷୀ କହିଛନ୍ତି।ଏପଟେ କିନ୍ତୁ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଚାଷକୁ ସୁରକ୍ଷା ଦେବା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।ଯେଉଁଥି ପାଇଁ ଚାଷୀ ମାନେ ସୋଲାର ଫେନ୍ସିଙ୍ଗ ତାର ବିଛାଇ ଏହି ଷ୍ଟ୍ରବେରୀ ଚାଷ କରୁଥିବା ଦେଖିବାକୁ ମିଳିଛି।

ଢେଙ୍କାନାଳ ଜିଲ୍ଲାର ପାଣିପାଗ ଓ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ବେଶ୍ ଉପଯୋଗୀ ରହିଛି।ଯେଉଁଥିପାଇଁ ଉତ୍କୃଷ୍ଟ ମାନର ଫଳ ଫଳୁଥିବା ଦେଖିବାକୁ ମିଳିଛି।

ତା ସହିତ ଉତ୍ପାଦନ ହେଉଥିବା ଷ୍ଟ୍ରେବେରୀ ସ୍ଥାନୀୟ ମାର୍କେଟ ଠାରୁ ପଚାଶ ପ୍ରତିଶତ ଅଧିକ ଦରରେ ରପ୍ତାନୀ କରା ଯାଉଥିବାରୁ ଚାଷୀ ବେଶ ଦୁଇ ପଇସା ଅଧିକ ରୋଜଗାର କରି ଖୁସି ବ୍ୟକ୍ତ କରିଛନ୍ତି।ବିଦେଶ ବଜାରରେ ଏହାର ଚାହିଦା ବୃଦ୍ଧି ହେଲେ ଆଗାମୀ ଦିନରେ ଷ୍ଟ୍ରବେରୀ ଚାଷକୁ ଆହୁରି ବ୍ୟାପକ କରାଯିବ ବୋଲି ଚାଷୀ କହିଛନ୍ତି।ସପ୍ତଶଯ୍ୟା ଆଗ୍ରୋ ପଡ୍ୟୁସର, ଉଦ୍ୟାନ ଓ କୃଷି ବିଭାଗ, ଜିଲ୍ଲା ପ୍ରଶାସନ ଓ ପାଲାଡିୟମ ର ମିଳିତ ସହାୟତା ରେ ଏହି ରପ୍ତାନୀ ସମ୍ଭବ ହୋଇଛି।ଜିଲ୍ଲାରେ ଆଗାମୀ ଦିନରେ ଷ୍ଟ୍ରବେରୀ ଚାଷକୁ ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।ପାରମ୍ପରିକ ଚାଷରୁ ମୁହଁ ମୋଡ଼ି ଚାଷୀ ମାନେ ଏବେ ଲାଭଜନକ ଉଚ୍ଚମାନର ଫସଲ ଚାଷ କରିବାକୁ ଅଣ୍ଟା ଭିଡ଼ିଛନ୍ତି।ଯେଉଁଥିପାଇଁ ବିଶ୍ଵ ବଜାରରେ ଆମ ରାଜ୍ୟ ଏକ ସଫଳ ରପ୍ତାନୀ କାରୀ ରାଜ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Related posts

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ

Sunil Chandra Nayak

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ  ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

masiha

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

Leave a Comment

error: Content is protected !!