ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେହେରା କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଠିନ ପରିଶ୍ରମ ହିଁ ସଫଳତାର ମୂଲ ଚାବିକାଠି…

ଧର୍ମଗଡ଼ :ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। କଠିନ ପରିଶ୍ରମ ହିଁ ସମସ୍ତ ସଫଳତାର ମୁଳଚାବି ବୋଲି ମଞ୍ଚାସୀନ ଅତିଥିମାନେ କହିଥିଲେ। ଅଧ୍ୟକ୍ଷ ଶ୍ରୀ ନିର୍ମଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ବର ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଧର୍ମଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ,ମୁଖ୍ୟବକ୍ତା ଭାବେ କୋକସରା ଡିଗ୍ରୀ କଲେଜର ଅଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସୁନିଲ କୁମାର ଆଗ୍ରଓ୍ବାଲ ମଞ୍ଚାସୀନ ଥିଲେ। ଅଧ୍ୟାପକ ମୋହନ ଚରଣ ବିଷି ସ୍ବାଗତ ଅଭିଭାଷଣ,ଅଧ୍ୟାପକ ରଂଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ ଓ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ,ଫକିର ନାରାୟଣ ଚଣ୍ଡି, ସାନୁର୍ଯ୍ୟ ଗୋପାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ଅନୁଷ୍ଠିତ କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!