ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି 

ବସ୍ତା)ପୁରୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ସଙ୍ଗଠନ ” ଜୟ ମା’ ଦକ୍ଷିଣ କାଳୀ ଗ୍ରୁପ୍ ” ପକ୍ଷରୁ ସଦର ବ୍ଲକ ରୁପ୍ସା ସାମିଲ୍ ହସନପୁର ପଞ୍ଚାୟତ ଅନ୍ତର୍ଗତ ପିଞ୍ଛାବଣିଆଁ ଗ୍ରାମରେ ଅବସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମରେ ଆଶ୍ରମର ମୁଖ୍ୟ ପରିଚାଳକ ଆଚାର୍ଯ୍ୟ ବିଜୟୀ ଜୀ ଙ୍କ ପୌରହିତ୍ୟ ରେ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଅଛି । 

   ” ଜୟ ମା’ ଦକ୍ଷିଣ କାଳୀ” ଗ୍ରୁପ୍ ର ମୁଖ୍ୟ ଶ୍ରୀମତୀ କବିତା ପଣ୍ଡା ଓ ଶ୍ରୀଯୁକ୍ତ ମୈତ୍ରଜିତ୍ ମିଶ୍ର ଙ୍କ ବିବାହ ବାର୍ଷିକୀ ମଧ୍ୟ ପାଳନ ହୋଇଥିଲା । ଏହି ଅବସରରେ ଶ୍ରଦ୍ଧେୟା କବିତା ଓ ଶ୍ରଦ୍ଧେୟ ମୈତ୍ରଜିତ୍ ଙ୍କ ଯଜମାନତ୍ବରେ ଗୁରୁକୁଳରେ ବୃକ୍ଷ ରୋପଣ, ଗୋମାତା ସେବା ଓ ବିଶ୍ୱକଲ୍ୟାଣ ଦେବଯଜ୍ଞ ସହିତ ସଙ୍ଗଠନ ପକ୍ଷରୁ ଆଶ୍ରମର ପିଲାମାନଙ୍କୁ ଅନ୍ନ, ବସ୍ତ୍ର ଓ ପାଠ୍ୟ ଉପକରଣ ସାମଗ୍ରୀମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ନୈବେଦ୍ୟ ସାହୁ , ଶ୍ରୀତମ୍ ମଲ୍ଲିକ, ପ୍ରକାଶ ବେହେରା,ବର୍ଷା ବେହେରା ଓ ଲକ୍ଷ୍ମୀ ପ୍ରିୟା ନାୟକ ଆଦି ସଦସ୍ୟ ସଦସ୍ୟାଗଣ ଯୋଗଦେବା ସହ ଆମ୍ବଗଡ଼ିଆ ବିକାଶ ପରିଷଦର ମୁଖ୍ୟ ଶ୍ରୀ ଅନ୍ତର୍ଯ୍ୟାମି ମହାପାତ୍ର ଯୋଗଦାନ କରିଥିଲେ । ଗୁରୁକୁଳର ଅନନ୍ୟ ଶୁଭେଚ୍ଛୁ ଓଡ଼ିଶା ରିଲ୍ ଭାଇରାଲ୍ ମ୍ୟାନ୍ ପୁର୍ଣ୍ଣ ମଉଷା ସଙ୍ଗଠନର କର୍ମକର୍ତ୍ତାଙ୍କୁ ଗୁରୁକୁଳରେ ପହଞ୍ଚିବାରେ ଅନନ୍ୟ ପ୍ରୟାସ କରିଥିଲେ । ସଂପ୍ରତି ସମାଜରେ ଯୁବସମାଜ ଓ ଦାମ୍ପତ୍ୟ ଜୀବନ ଯେତେବେଳେ ବିପଥ ଗାମୀ ଦିଗରେ ଗତି କରୁଛି ସେତେବେଳେ ଜୟମା’ ଦକ୍ଷିଣ କାଳୀ ଗ୍ରୁପ୍ ର ଆଦର୍ଶ ଯୁବ ଦମ୍ପତି ନିଜର ବିବାହ ବାର୍ଷିକୀ ନିଆରା ଢଙ୍ଗରେ ପାଳନ କରିବା ସହ ନିଜର ଦାମ୍ପତ୍ୟ ଜୀବନ ସହିତ ସଙ୍ଗଠନର ମାନ ବଢ଼ାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ । ଆଦର୍ଶ ଦମ୍ପତି ଶ୍ରଦ୍ଧେୟା କବିତା ଓ ଶ୍ରଦ୍ଧେୟ ମୈତ୍ରଜିତ୍ (ଜତୁ) ତଥା ସେବା ଓ ଦାନ କ୍ଷେତ୍ରରେ ମାନବ‌ ସେବା ଓ ମାଧବ ସେବା ଉକ୍ତିକୁ ଚରିତାର୍ଥ କରିଥିବାରୁ ଜୟ ମା’ ଦକ୍ଷିଣ କାଳୀ ଗ୍ରୁପ୍ କୁ ଗୁରୁକୁଳ ପକ୍ଷରୁ ସ୍ଥାନୀୟ ସରପଞ୍ଚ ମାନନୀୟା ମାଳତୀ ପ୍ରଧାନଙ୍କ ଦ୍ୱାରା କୃତଜ୍ଞତା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଗୁରୁକୁଳରେ ମୁଖ୍ୟ ଆଚାର୍ଯ୍ୟ ବିଜୟୀ ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

Sunil Chandra Nayak

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ

Sunil Chandra Nayak

ଜାଗା ଛାଡିବାକୁ ତହସିଲଦାର ଙ୍କ ନୋଟିସ ।ବନ୍ଦୋବସ୍ତ କରିବାକୁ ହିତାଧିକାରୀ ଙ୍କ ଦାବୀ

masiha

Leave a Comment

error: Content is protected !!