ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ତାଡିଙ୍ଗି ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ବାଗତ କଲା ଆଦିବାସୀ କୁଇ କୁଲମ ସମାଜ

କବିତା ତାଡିଙ୍ଗି ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ବାଗତ କଲା ଆଦିବାସୀ କୁଇ କୁଲମ ସମାଜ

ନାରାୟଣ ପାଟଣା, ୨୫।୪ (ମସିହା) : ଗତମାସ ୨୫ ରୁ ଅପ୍ରେଲ ୩ ଯାଏଁ ଛତିଶଗଡ଼ ରାୟପୁର ଠାରେ ଆୟୋଜିତ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଂଚାୟତ ର ଆଦିବାସୀ ଝିଅ କିସ୍ ତରଫରୁ ଭାଗନେଇ ଖୋଖୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତା ବାଧା ଦୈଡରେ ଭାଗ ନେଇ ରୈପ୍ୟ ଓ ଉଚ୍ଚ ଡିଆଁ ରେ କାଂସ୍ୟ ପଦକ ହାସଲ କରି ଅନୁଷ୍ଠାନ ସହ ମାଟି ପାଇଁ ଗର୍ବ ଆଣିଥିଲେ ।ଆଜି ତାଙ୍କୁ କୋରାପୁଟ ଆଦିବାସୀ କୁଇ କୁଲମ ସଙ୍ଘ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା ନାରାୟଣପାଟଣା ଜନ୍ମ ମାଟିରେ ।ବିଜେତା ପଦକ ସହ ଏକ ସ୍ବତନ୍ତ୍ର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ରେଂଜର ଅଫିସ ଛକରେ । ନାରାୟଣପାଟଣା ପୋଲିସ ତରଫରୁ ଥାନା ଅଧିକାରୀ ମମତା ପଣ୍ଡା ମାନପତ୍ର ପ୍ରଦାନ କରି ଶୁଭେଚ୍ଛା ଜଣେଇ ଥିଲେ ।ଏଥିସହ କୋରାପୁଟ ଜିଲ୍ଲା ଆଦିବାସୀ କୁଇ କୁଲମ ସଭାପତି ତଥା ଜିଲ୍ଲା କଙ୍ଗ୍ରେସ ଉପସଭାପତି ହବିକା ରବି, କୋଷାଧ୍ୟକ୍ଷ ଅନୀଲ ଶିରିକା, ଅମିର ମାଣ୍ଡିଙ୍ଗି,ଜୋତି ମେଲେକା,ବିଜୟ ମେଲେକା ପ୍ରମୁଖ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ,ବ୍ଲକ ବିଜେପି ସଭାପତି କାଶି ନାଥ ହିକକା,ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ବିଜାଘାଟି ସରପଂଚ ପିଲିବ ଶିରିକା,ବୋରିଗୀ ସରପଂଚ ସୁରେନ୍ଦ୍ର ପାଙ୍ଗି, ନାରାୟଣପାଟଣା ସରପଂଚ ରେବତୀ କୁନ୍ଦାରିଆ ସମେତ ବହୁ ଆଦିବାସୀ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣେଇ ସହର ପରିକ୍ରମା କରି ସ୍ବାଗତ କାର୍ଯ୍ୟକ୍ରମ ରେ ଭାଗନେଇଥିଲେ। ଆଦିବାସୀ ପାରମ୍ପରିକ ବାଦ୍ୟ ନାଚ ରେ ସହର ପରିକ୍ରମା କରାଯାଇଥିଲା କବିତା ଙ୍କୁ । କବିତା ପିଲାଟି ଦିନରୁ ପାଠ ପଢୁଥିବା ଡେପାଗୁଡା ଏସ୍ ଏମ୍ ଡି ହାଇସ୍କୁଲ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ନିଜ ସହପାଠୀ ଙ୍କୁ ଭେଟି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆଶିର୍ବାଦ ନେଇଥିଲେ ।ଆର୍ଥିକ ଅନଟନ ଯୋଗୁଁ ଭୁବନେଶ୍ୱର କିସ୍ ରେ ରହି ପାଠ ପଢୁଥିଲେ।କବିତା ତାଡିଙ୍ଗି ଙ୍କ ଘର ଦୁର୍ଗମ ତଳଗୁମାଣ୍ଡି ପଂଚାୟତ ବାରୀ ଗାଁ ରେ । ବର୍ତମାନ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରୀ । ପିଲାଟି ଦିନରୁ କ୍ରୀଡ଼ା ପ୍ରତି ରୁଚି ରହି କିସ୍ ରେ ଖୋଖୋ,ଦୈଡ , ଉଚ୍ଚ ଡିଆଁ ରେ କୋଚିଂ ନେଇ ନିଜକୁ ପ୍ରସ୍ତୁତ କରୁଥିଲେ ।ଗତ ମାସ ୨୫ ତାରିଖରୁ ଅପ୍ରେଲ ୩ ଯାଏଁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଖୋଖୋ ଓ ଉଚ୍ଚ ଡିଆଁ ପାଇଁ କିସ୍ ତରଫରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ ।ଆଉ ସେଠି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପୁରସ୍କାର ପାଇ ଅନୁଷ୍ଠାନ ଓ ଗାଁ ପାଇଁ ଗୈରବ ଆଣିଛନ୍ତି।ଗରୀବ ପରିବାର ହୋଇଥିବା ରୁ ବାପା ଚାଷ କାମ କରି ପରିବାର ପ୍ରତିପୋଷଣ କରନ୍ତି ବାପା ଗିରି ତାଡ଼ିଙ୍ଗି। ଭଉଣୀଙ୍କ କୃତିତ୍ୱକୁ ନେଇ ଭ ଭାଇ ସାଇ ତାଡ଼ିଙ୍ଗିଙ୍କ ସହ ମା’ ଓ ବାପା ଖୁସି ହୋଇଛନ୍ତି। ଜନ୍ମମାଟି ବାରୀ ଗାଁ ରେ ପହଂଚି ବା ପରେ ବିଶାଳ ଶୋଭାଯାତ୍ରାରେ ଗାଁ ରେ ନାଚଗୀତ କରି ଘରକୁ ଆଣିଥିଲେ। କବିତାର ସଫଳତା ପାଇଁ ତାଙ୍କ ମା’ବାପାଙ୍କ ସହ ଭାଇ ସାଇଙ୍କୁ ଓ ତାଲିମ ଦେଇଥିବା ପ୍ରଶିକ୍ଷକଙ୍କୁ ଶ୍ରେୟ ଜଣାଇଛନ୍ତି।ସ୍ବାଗତ ସମ୍ବର୍ଦ୍ଧନା ଶୋଭାରେ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅନିଲ ସୁବୁଦ୍ଧି ଙ୍କ ରିପୋର୍ଟ୍ 

Related posts

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

Sunil Chandra Nayak

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ

masiha

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

Leave a Comment

error: Content is protected !!