ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

ବାଲେଶ୍ଵର,୧୦/୧୦/୨୩- ଗତ ତା ୦୧/୧୦/୨୩ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ପ୍ରାଥମିକ ସ୍ତରର ଗୁଣାତ୍ମକ ଶିକ୍ଷା ” । ଧୀରେ ଧୀରେ ସାହିତ୍ୟ ସାଧକ ମାନଙ୍କ ନିକଟରୁ ଗଦ୍ୟ ସାହିତ୍ୟ ଦୂରେଇ ଯାଉଥିବାରୁ ସେମାନଙ୍କୁ ଗଦ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ କରାଯିବା ନିମନ୍ତେ ଏ ପ୍ରତିଯୋଗିତାର ଉଦ୍ଦେଶ୍ୟ । ଏଥିରେ ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର, ମୀନା କୁମାରୀ ମୁଣ୍ଡ, ଜୟପାଟଣା, କଳାହାଣ୍ଡି, ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ଓ ପ୍ରେମଲତା ଗିରି, କେନ୍ଦ୍ରାପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅବଶ୍ୟ ସମସ୍ତଙ୍କ ଲେଖା ଖୁବ୍ ସୁନ୍ଦର ଥିଲା । ଲେଖା ଗୁଡିକୁ ସମୀକ୍ଷା କରିଥିଲେ କୁମାରୀ ପୂର୍ଣ୍ଣିମା ସିଂ, ଗୀତିକବି, ବାଲେଶ୍ଵର । କୁମାରୀ ସିଂ ଏବେ ପାଠପଢ଼ା ଜାରି ରଖିବା ସହିତ ଜଣେ ସାହିତ୍ୟ ଗବେଷିକା ଅଟନ୍ତି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ପଦପଦବୀ ମଣ୍ଡନ କରି ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତି । ତାଙ୍କ ସମୀକ୍ଷାରୁ ସୋନପୁର(ସୁବର୍ଣ୍ଣପୁର) ଜିଲ୍ଲାର ସାହିତ୍ୟ ସାଧିକା ସୂର୍ଣପ୍ରଭା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶ୍ରୀମତୀ ମହାପାତ୍ର ସରକାରୀ ଡାକ୍ତରଖାନାରେ ଚାକିରୀ କରନ୍ତି ହେଲେ ସାହିତ୍ୟ ସାଧନାକୁ ନିଜର ଜୀବନ ମନେକରି ସାହିତ୍ୟର ଉନ୍ନତି ପାଇଁ ଲେଖନୀ ଚାଳନାକୁ ଦେଇ ନାହାନ୍ତି ବିରାମ । ସୁନ୍ଦର ସୁନ୍ଦର କବିତା, ଗଳ୍ପ ଓ ପ୍ରବନ୍ଧ ଇତ୍ୟାଦି ରଚନା କରି ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ଥାନ ଅଧିକାର କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ଯେଉଁଥିପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସରାଗରେ ନେଇଛି କୋଳେଇ । ସେହିପରି ସଂହିତା ଜେନା ଦ୍ବିତୀୟ ଓ ରଶ୍ମିରେଖା ସାହୁ ତୃତୀୟ ସ୍ଥାନ ଅଧିକାର କରି ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଲେଖନୀ ଚାଳନା ଜାରି ରଖିବା ପାଇଁ ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

Sunil Chandra Nayak

ରାଉରକେଲା ସ୍ମାର୍ଟ ସିଟିରେ ଗରିବଙ୍କ ମସିହା ସାଜିଛନ୍ତି “ଦୀପ ଭାଇ”, ଜନସେବାରେ ଜିତୁଛନ୍ତି ଲୋକଙ୍କ ହୃଦୟ

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

Sunil Chandra Nayak

Leave a Comment

error: Content is protected !!