ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଜିଲ୍ଲାପାଳଙ୍କ ନିଶୁଳ୍କ କୋଚିଂ ସେଣ୍ଟର ପରିଦର୍ଶନ, ଚାକିରୀ ଆଶାୟୀଙ୍କୁ ଦେଲେ ମୂଲ୍ୟବାନ ପରାମର୍ଶ

ନୂଆପଡାରେ ଜିଲ୍ଲାପାଳଙ୍କ ନିଶୁଳ୍କ କୋଚିଂ ସେଣ୍ଟର ପରିଦର୍ଶନ, ଚାକିରୀ ଆଶାୟୀଙ୍କୁ ଦେଲେ ମୂଲ୍ୟବାନ ପରାମର୍ଶ

ନୂଆପଡା, ତା: ୦୯/୦୪: (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ମାଗଣା କୋଚିଂ କ୍ଲାସ ପରିଦର୍ଶନ କରିଥିଲେ। ସେଠାରେ ନାମ ଲେଖାଇ ଥିବା ଚାକିରୀ ଆଶାୟୀମାନଙ୍କୁ ସେ ଶିକ୍ଷାଦାନ କରିଥିଲେ।

ଏହି ଅବସରରେ, ଜିଲ୍ଲାପାଳ ଆଶାୟୀମାନଙ୍କୁ ଉତ୍ସାହିତ କରି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ସୁଚିନ୍ତିତ ପ୍ରସ୍ତୁତି, ନିୟମିତ ଅଭ୍ୟାସ ଓ ସମୟ ପରିଚାଳନାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ୟୁପିଏସସି ଓ ଓପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବ ପାଇଁ ସେ କିଛି ମୂଲ୍ୟବାନ ଟିପ୍ସ ପ୍ରଦାନ କରିଥିଲେ।

ଏହି ମାଗଣା କୋଚିଂ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୟପୂର୍ଣ ପଦକ୍ଷେପ ଭାବେ ଚାକିରୀ ଆଶାୟୀଙ୍କୁ ନିଜ ସ୍ବପ୍ନ ପୂରଣ କରିବାରେ ବଡ଼ ସହାୟତା ପ୍ରଦାନ କରୁଛି।

 ମାଗଣା କୋଚିଂ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୟପୂର୍ଣ ପଦକ୍ଷେପ ଭାବେ ଚାକିରୀ ଆଶାୟୀଙ୍କୁ ନିଜ ସ୍ବପ୍ନ ପୂରଣ କରିବାରେ ବଡ଼ ସହାୟତା ପ୍ରଦାନ କରୁଛି।

Related posts

ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ 

masiha

ଜିଲ୍ଲା ରେ 5T ସ୍କୁଲ୍ ର ରୂପାନ୍ତରି କରଣ ଉତ୍ସବ ସମ୍ପନ୍ନ

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

Leave a Comment

error: Content is protected !!