ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

ଯୋଡ଼ା – ସ୍ୱଚ୍ଛତାର ପରିହାସ ପାଲଟିଛି ଯୋଡ଼ା ପୌରକାର୍ଯ୍ୟଳୟର ଅତି ନିକଟରେ ଥିବା ବ୍ଲକ କଲୋନୀ ସମ୍ମୁଖର ଭେଣ୍ଡିଂଜୋନରେ ।ତେବେ ଘଟଣା ଯାହା ,ରାତି ପାହିଲା ବୋଳକୁ ରାସ୍ତା ସାରା ଭାସୁଛି ମଇଳା ଅପରିଷ୍କାର ମାଛ ଓ ମାଂସର ଆମିଂସର ଦୁର୍ଗନ୍ଧଯୁକ୍ତ ପାଣି ।ତେବେ ସୂଚନା ଯୋଗ୍ୟ ୨୦୧୮ ମସିହାରେ ଭେଣ୍ଡିଂଜୋନ ନିର୍ମାଣ ହୋଇ ବଣ୍ଟନ ସରି ,ବ୍ୟବସାୟ ବର୍ଷ ବର୍ଷ ଧରି ହୋଇ ଆସୁଥିଲେ ମଧ୍ୟ ଉକ୍ତ ସ୍ଥାନରେ ଏଯାଏ ଏକ ନାଳ ବନ୍ଦୋବସ୍ତ ହୋଇନଥିବାରୁ ସଭିଙ୍କୁ ନାକେଦମ୍ କରିଛି।ତେବେ ଦେଖିବାକୁ ଗଲେ ଲକ୍ଷାଧିକ ଅର୍ଥ ଖର୍ଚ୍ଚ ବ୍ୟୟରେ ଭେଣ୍ଡିଂଜୋନ ନିର୍ମାଣ ହୋଇପାରିଲା କିନ୍ତୁ ପାଞ୍ଚ ବର୍ଷ ବିତିବକୁ ଯାଉଥିଲେ ମଧ୍ୟ ଏଯାଏ ସାଧାରଣ ନାଳଟିଏ ବନିପାରିଲା ନାହିଁ।ତେବେ ମୁଖ୍ୟତଃ ସପ୍ତାହକୁ ପ୍ରାୟ ୪/୫ ଦିନ ବ୍ୟବସାୟ ପ୍ରଚୁର ପରିମାଣ ହେଉଥିବାରୁ ଉକ୍ତ ସ୍ଥାନରେ ମଇଳା ଗନ୍ଧଯୁକ୍ତ ପାଣି ମଧ୍ୟ ସେହି ୪/୫ ଦିନ ମୁଖ୍ୟତଃ ପାଣି ରାସ୍ତାରେ ଭାଷମାନ ହୋଇଥାଏ।ଯଦି ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ଉକ୍ତ ସ୍ଥାନରେ ଯଥା ସମ୍ଭବ ନାଳ ନିର୍ମାଣ କରିବାରେ ବିଳମ୍ବ କଲେ ପରିବେଶ ଉପରେ ବିଶେଷ ପ୍ରଭାବ ପଡ଼ିବ ସହ ଯୋଡ଼ା ପୌରପାଳିକା ଗତ କିଛି ବର୍ଷ ଧରି ହାସଲ କରୁଥିବା ଏକ ନମ୍ବର ହୋଇବାରେ ବାଧକ ସାଜିବ ବୋଲି ସାଧାରଣରେ ଚର୍ଚ୍ଚା ବେସ ହୁଏ।

ରବୀନ୍ଦ୍ର ଖମଣିଆ ଙ୍କ ରିପୋର୍ଟ 

Related posts

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

Leave a Comment

error: Content is protected !!