ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ପୌରପାଳିକା ଭବାନୀପାଟଣା ମିଳିତ ଉଦ୍ୟମରେ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୃକ୍ଷ ରୋପଣ, ସହରର ବିଭିନ୍ନ ମନ୍ଦିର ପରିସର ସଫା ସୁତୁରା, ପାତାଞ୍ଜଳୀ ଯୋଗ ସମିତିର ସଦସ୍ୟ ମାନଙ୍କୁ ନେଇ ଯୋଗ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ, ସ୍ଲୋଗାନ୍, କୁଇଜ୍ ଏବଂ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ପ୍ରତ୍ୟେକ ଦିନ ସହରର ବିଭିନ୍ନ ସ୍ଥାନକୁ ସଫା ସୁତୁରା କାର୍ଯ୍ୟକ୍ରମ ଚାଲୁରହିଛି। ଆଜି ପୁରୁଣାପଡା ଆଶ୍ରୟସ୍ଥଳୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ରାସ୍ତା ପରିସରରେ ସାମୁହିକ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନେତୃତ୍ଵରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ନିର୍ବାହୀ ଅଧିକାରୀ,ଅନିମେସ ପ୍ରଧାନ ,ଭାରତୀୟ ପ୍ରଶାସନିକ ସେବା(ପ୍ରୋବେସନ) ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସହ ନିର୍ଦ୍ଦେଶ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମି କହଁର,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମଜିବୁନ ନିଶା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ,କର୍ମଚାରୀ,ସ୍ଥାନୀୟ ବାସିନ୍ଦା,ସଦସ୍ୟ,ସ୍ଵୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ହିଁ ସେବା ଅଭିଯାନ ର ସଫେଇ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଫେଇ କାର୍ଯ୍ୟକ୍ରମ ଆରମ୍ଭରୁ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ ।

 ନିଜ କାର୍ଯ୍ୟାଳୟରେ ରଖାଯାଇଥିବା ଦୁଇଟି ଡଷ୍ଟ ବିନ ରେ ବ୍ଲୁ ରେ ଶୁଖିଲା ଓ ଗ୍ରୀନ୍ ରେ ଓଦା ଆବର୍ଜନା ସଂଗୃହୀତ କରି ମ୍ୟୁନିସିପାଲଟି ର ନିୟୋଜିତ ଗାଡି ରେ ନିୟମିତ ଦେବା ପାଇଁ ସମସ୍ତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ସହରର ପ୍ର୍ୟତେକ ନାଗରିକ ଏଥି ପ୍ରତି ସଚେତନ ହେବା ସହିତ ସ୍ଵଚ୍ଛତା ସେବା ଅଭିଯାନ ରେ ପୂର୍ଣ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା। ପୌରପାଳିକା ର ୟୁଜର୍ସ ଫିଜ ଠିକ୍ ସମୟରେ ପୈଠ କରିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଥିଲା। 

 କଳାହାଣ୍ଡି ଜିଲ୍ଲା କୁ ଏକ ସ୍ଵଚ୍ଛ, ସବୁଜ, ସୁନ୍ଦର ଜିଲ୍ଲା ଭାବରେ ଗଢିତୋଳିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ର ଆବଶ୍ୟକତା ଉପରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗୁରୁତ୍ୱ ଦେଇଥିଲେ। ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସ୍ଵଚ୍ଛତା ଅଭିଯାନ ରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ର ପ୍ରତିନିଧି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭବାନୀପାଟଣା ଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ଉପଲକ୍ଷେ ଜିଲ୍ଲା ସ୍ତରୀୟ ପଥଉତ୍ସବ ଏବଂ ପଦଯାତ୍ରା

masiha

ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!