ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ  ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ 

ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

ଲାଞ୍ଜିଗଡ଼, ୨୩/୦୯-ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଫାଉଣ୍ଡେସନ ଓ ଭାରତ ପେଟ୍ରୋଲିୟମ ଲିମିଟେଡର ମିଳିତ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଅଣ ସଂକ୍ରାମକ ରୋଗ ପ୍ରତିରୋଧ ପାଇଁ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ସମ୍ପର୍କିତ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକେ ସାମିଲ ହୋଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କଳିଙ୍ଗ କୁସୁମ ଫାଉଣ୍ଡେସନ ତରଫରୁ ଚିନ୍ମୟ ମିଶ୍ର, ନରେଶ ସୁନାନୀ ଓ ଫାର୍ମାସିଷ୍ଟ ମନୀଷ ସାହୁ ପ୍ରମୁଖ ଯୋଗଦେଇ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ପ୍ରକିୟାରେ ଲୋକଙ୍କୁ ପରାମର୍ଶ ସେବା ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ସମେତ ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟି ତରଫରୁ ସଭାପତି ପ୍ରଭାତ ରଞ୍ଜନ ବେହେରା, ହୃଷିକେଶ ବଗର୍ତ୍ତି, ପିଣ୍ଟୁ ପତି, ବିକ୍ରମ ଛତ୍ରିଆ, ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ସଞ୍ଜୀବ କୁମାର ପଣ୍ଡା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନକିବାତ କାର୍ଯ୍ୟକ୍ରମରେ  ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା କହିଲେ…..

masiha

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!