ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସ୍କୃତିକ ଅନୁଷ୍ଠାନ ଓଜସ୍କରର ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ

ସାଂସ୍କୃତିକ ଅନୁଷ୍ଠାନ ଓଜସ୍କରର ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ

ରାଉରକେଲା : ଓଡ଼ିଆ ସଙ୍ଗୀତ, କଳା ଓ ସଂସ୍କୃତିର ବିକାଶକଳ୍ପେ ସଂକଳ୍ପବଦ୍ଧ ରହିଥିବା ‘ଓଜସ୍କର ସାଂସ୍କୃତିକ ମଞ୍ଚ’ ଆୟୋଜିତ ମୁଁ ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ଶୁଭେଛୁ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଭାଗିରଥି କବିଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଦେଇଥିଲେ ଉପ ସଭାପତି ସରଜୁ ବଡ଼ାଇକ l ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମରେ ଭିନ୍ନ ସ୍ୱାଦର ମନଛୁଆଁ ଓଡ଼ିଆ ସଙ୍ଗୀତ କେବଳ ପ୍ରଦର୍ଶିତ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶିଳ୍ପୀଙ୍କୁ ପ୍ରେରଣା ଦିଆଯିବା ସହିତ ସେମାନଙ୍କ ଅଭିଭାବକ ଓ ସଙ୍ଗୀତ ଗୁରୁ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ସରୋଜ କବି l ବୈଠକର ଶେଷ ପର୍ଯ୍ୟାୟରେ ରାଉରକେଲା ପାଇଁ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ସେକ୍ଟର୨୦ ହିଲଟପ ଶିବ ମନ୍ଦିର ଉତ୍ସବ ହଲରେ ଅନୁଷ୍ଠିତ  ହୋଇଥିଲା l ତଦନୁଯାୟୀ ଅନୁଷ୍ଠାନର ଅଧ୍ୟକ୍ଷା ଚେତନା କବି, ସଭାପତି ଭାଗିରଥି କବି, ସମ୍ପାଦକ ସରୋଜ ଚନ୍ଦ୍ର କବି, ଉପ-ସଭାପତି ସରଜୁ ବଡ଼ାଇକ ଓ ପ୍ରଶାନ୍ତ କୁମାର ହୋତା, ଯୁଗ୍ମ ସମ୍ପାଦକ ନବୀନ ପ୍ରସାଦ, ସାଙ୍ଗଠନିକ ସମ୍ପାଦକ ରାକେଶ ସିଂ, କୋଷାଧ୍ୟକ୍ଷ ରଞ୍ଜନ କର, ସାଂସ୍କୃତିକ ସମ୍ପାଦକ ପରେଶ ରଞ୍ଜନ ମହାନ୍ତ, ସମାଜ ମଙ୍ଗଳ ସମ୍ପାଦକ ପ୍ରେମାନନ୍ଦ ବଡ଼ାଇକ ରହିଥିବା ବେଳେ

ସଦସ୍ୟ ଓ ସଦସ୍ୟାଙ୍କ ମଧ୍ୟରେ ମୁଖ୍ୟତଃ ବ୍ରହ୍ମାନନ୍ଦ ଦେବତା, ମାନସ ମୁରଲି, ସତ୍ୟନାରାୟଣ ଦାଶ,ଦବିନ୍ଦର ସିଂ, ସବ୍ୟସାଚୀ ଦାଶ,ଦୀପିକା, ଶିବାନୀ, ସୁସ୍ମିତା, ଉର୍ବଶୀ, ଜ୍ୟୋତ୍ସ୍ନା, ରାକେଶ, ନନ୍ଦିତା, ଚନ୍ଦନ, ଅଭିଷେକ, ରିଦ୍ଧିଶ୍ରୀ , ଅପର୍ଣ୍ଣା,ସୁବାସ ବାସୁ ରହିଥିବା ଅନୁଷ୍ଠାନ ପକ୍ଷରୁ କୁହା ଯାଇଛି l ବୈଠକ ଶେଷରେ ଉପସଭାପତି ଶ୍ରୀ ବଡ଼ାଇକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

Koraput District Shines: Collector Shri V. Keerthi Vasan to Receive Prime Minister’s Award

masiha

Leave a Comment

error: Content is protected !!