ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା 

ରାଉରକେଲା: ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଗାନ୍ଧୀଜୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଆବାହକ ଭଗବତୀ ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ବାପୁ ଙ୍କ ସ୍ମୃତି ଚାରଣ ସହ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଜିର ଦିନରେ ଆମେ ଜାତିର ପିତାଙ୍କୁ ହରାଇଥିଲୁ। ଗାନ୍ଧୀଜୀଙ୍କ ଆଦର୍ଶ, ଚିନ୍ତା ଓ ଚେତନା ଯୁଗ ଯୁଗ ପାଇଁ କେବଳ ପ୍ରତିଟି ଭାରତୀୟଙ୍କ ହୃଦୟରେ ନୁହେଁ ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ଜାଜ୍ଜୁଲ୍ୟମାନ ହୋଇ ରହିବ। ସେ ଥିଲେ ସତ୍ୟ, ଅହିଂସା, ସର୍ବୋଦୟ ଓ ସତ୍ୟାଗ୍ରହର ମୂର୍ତ୍ତିବନ୍ତ ପ୍ରତୀକ। ଅନ୍ୟତମ ବକ୍ତା ଭାବେ ସଂଗ୍ରାମ କିଶୋର ଭୂୟାଁ ଗାନ୍ଧୀଙ୍କ ଜୀବନାଦର୍ଶ ଓ ପ୍ରାଣବଳି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ପ୍ରମୋଦ ଜଗଦ୍ଦେବ, ବର୍ଣ୍ଣାଳୀ ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରୀମତୀ ସାହୁ, ସରସ୍ଵତୀ ବାରିକ ପ୍ରମୁଖ ଉପସ୍ଥିତ ରହି ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଆବାହିକା ଭଗବତୀ ରାମଧୁନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋଲକ ବିହାରୀ ତ୍ରିପାଠୀ,ଡ ସୁମନ ଦତ୍ତ, ପ୍ରମୋଦ କୁମାର କର, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଅରୁଣ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ମା ଅଗ୍ନି ଗଙ୍ଗାମାଠାକୁରାଣୀ ଯାତରା ଉପଲକ୍ଷେ ପ୍ରଥମ ବୈଠକ , ୨- ବନ୍ଧୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ‘ବିକଶିତ ‘ଗାଁ ‘ବିକଶିତ ଓଡ଼ିଶା କୁ ନେଇ ଗ୍ରାମ ସଭା ଆୟୋଜିତ 

masiha

କାଲୋପଲା ସରପଂଚ ଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣା :କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ନିର୍ବାଚନ କମିଶନ ଙ୍କ ରିପୋର୍ଟ ତଲବ

masiha

ଭିଜିଲା ବିଜୟା ଦଶମୀ: ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

Sunil Chandra Nayak

Leave a Comment

error: Content is protected !!