ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ 

ମ.ରାମପୁର,୧୪/୧୨ (ମସୀହା): କଳାହାଣ୍ଡି ଜିଲ୍ଲାର ଜଣେ ସୁପରିଚିତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ ତଥା ମ .ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ (୬୧)ଙ୍କ ଆଜି ପ୍ରାୟ ସାଢେ଼ ଏକ ଘଣ୍ଟା ସମୟରେ ଗରଗଡସ୍ଥିତ ବିକାଶ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ବରଣ କରିଛନ୍ତି l ତାଙ୍କ ମୃତ୍ୟୁ ଖବର ମ.ରାମପୁର ତଥା ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି l ସେ ଗତ ଅଗଷ୍ଟ ମାସରେ ଅଧ୍ୟାପନାରୁ ଅବସର ଗ୍ରହଣ କରିଥିଲେ l ସେ ଲୋକ ନାଟକ, ଲୋକ ସଂସ୍କୃତି ର ଗବେଷକ ଏବଂ ନାଟ୍ୟ ନିର୍ଦ୍ଦେଶକ ଥିଲେ l ସ୍ଥାନୀୟ ଅଞ୍ଚଳ ରେ ଲୋକ କଳାର ପ୍ରଚାର ପ୍ରସାର ଦିଗରେ ସେ ନିରବଚ୍ଛିନ୍ନ ଭାବରେ ପ୍ରୟାସ ଜାରି ରଖିଥିଲେ l ତାଙ୍କ ପ୍ରଚେଷ୍ଟାରେ ଅନେକ ନାଟ୍ୟ ସଂସ୍ଥା, ଅନୁଷ୍ଠାନ ଗଢି ଉଠିଛି l ତାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ପାଇକପଡ଼ାର ରାମଜୀ ନାଟ୍ୟ ସଂଘ ର ରାମଲୀଳା ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ପ୍ରସିଦ୍ଧି ଲାଭ କରିଛି l ସେ ଏକା ଧାରରେ ଜଣେ ନାଟ୍ୟକାର,ଲୋକ ନାଟକ ଗବେଷକ , କଳାକାର ତଥା ସଂସ୍କୃତିର ପୂଜାରୀ ଥିଲେ l ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ l ଜିଲ୍ଲା ତଥା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି l ଅଞ୍ଚଳବାସୀ ଜଣେ ଦକ୍ଷ ସଂଗଠକ , ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ଅକାଳରେ ହରେଇ ଦୁଃଖରେ ମ୍ରିୟମାଣ l ତାଙ୍କ ମୃତ୍ୟୁରେ ରାମଜୀ ନାଟ୍ୟ ସଂଘ,ଚନ୍ଦ୍ରମଣି ନାଟ୍ୟ ସଂଘ, ଯୁଗଯାତ୍ରୀ ସାହିତ୍ୟ ସଂସଦ, ଆଞ୍ଚଳିକ କାମନାଦଣ୍ଡ ସାଂସ୍କୃତିକ ପରିଷଦ , ଅନେକ କାମନାଦଣ୍ଡ ପୀଠ,ଦଣ୍ଡ ଗୁରୁ ତଥା ଅନେକ ସାଂସ୍କୃତିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ , ସାଧାରଣ ଜନତା, ଛାତ୍ର ଛାତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

masiha

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

Sunil Chandra Nayak

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

masiha

Leave a Comment

error: Content is protected !!