ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

କନ୍ଧମାଳ:06/07/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧ‌ି ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସଭା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୪ଗୋଟି ଗ୍ରାମ ପଞ୍ଚାୟତର ଧର୍ମପୀଠର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଥିବାରୁ ବ୍ଲକର ସମୁହ ଜନ ପ୍ରତିନିଧି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧୂ ଟୁନା ଦାସ, ବ୍ଲକ୍ ବିଜେଡ଼ି ଉପସଭାପତି ବିଜେଶ୍ଵର ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ମିଶାବତୀ ମଳିକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ା ବାସୀଙ୍କୁ ଭଲ ପାଆନ୍ତି। ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତି ସଙ୍ଗେସଙ୍ଗେ ଅଞ୍ଚଳର ଜନସାଧାରଣ କିଭଳି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସେନେଇ ସର୍ବଦା ଚେଷ୍ଟିତ ॥ ସାଢେ ଚାରିକୋଟି ଓଡ଼ିଶା ବାସୀଙ୍କୁ ନିଜ ପରିବାର ଭାବି ଓଡ଼ିଶାର ବିକାଶ ଧାରାଙ୍କୁ ଆଗେଇ ନେଉଛନ୍ତି ।ଏଣୁ ଆମେ ସମସ୍ତେ ମିଳିମିଶି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ସହ ବିକାଶକୁ ଆହୁରି ତ୍ଵରାନ୍ବିତ କରିବା ବୋଲି ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ କହିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ବ୍ଲକର ଉନ୍ନତିକୁ ଗୁରୁତ୍ଵ ଦେଇଛନ୍ତି । ଏଣୁ ଏହା ଏକ ଗର୍ବର ବିଷୟ l ୫-ଟି ସଚିବଙ୍କ ଜରିଆରେ ଆମ ଅଞ୍ଚଳର ସମସ୍ୟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜଣାଇଥିଲୁ । ଆମ ଦୁଃଖ ମାନ୍ୟବର ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ଆମ ବ୍ଲକର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାରୁ ବାଲିଗୁଡ଼ା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧୂ ପରିଷଦ ପକ୍ଷରୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସମସ୍ତ ଜନ ପ୍ରତିନିଧି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମେତ ୧୪ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ,ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନେ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଗାଁ କୁ ଦାଦନ ବେଣୁଧର ସୁନାଙ୍କ ଶବ ଫେରୁଛି

Sunil Chandra Nayak

ଅମିତ ପାଇଲେ ଓ ଏ ଏସ, ଖୁସିରେ ଗ୍ରାମବାସୀ କଲେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

Leave a Comment

error: Content is protected !!