ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୫ ଅନୁଷ୍ଠିତ
ଢେଙ୍କାନାଳ:ତା.୦୫.୧୦.୨୦୨୫ ରିଖ : ସ୍ଥାନୀୟ ଭାରତୀୟ ସଙ୍ଗୀତ ନିଳୟ,ଢେଙ୍କାନାଳ ସଭାଗୃହରେ ଦିବା ୧୧ଘଟିକା ସମୟରେ ଭାରତ ବିକାଶ ପରିଷଦ,ଓଡ଼ିଶା,ଶହୀଦ ବାଜିରାଉତ୍ ଶାଖା,ଢେଙ୍କାନାଳ ପକ୍ଷରୁ ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ବରେ ବିଶ୍ବର ସର୍ବକନିଷ୍ଠ ଶହୀଦ,ଢେଙ୍କାନାଳ ମାଟିର ଗର୍ବ ଗୌରବ, ଶହୀଦ ବୀର ବାଜିରାଉତଙ୍କ ବର୍ଣ୍ଣାଢ଼୍ୟ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ିଆ ଅଧ୍ୟାପିକା ଡ.ପୁଷ୍ପଲତା ରଥ,ପ୍ରାକ୍ତନ ସଦସ୍ୟା,ଓଡ଼ିଶା ସାହିତ୍ୟ ଏକାଡେମୀର ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ସୁସାହିତ୍ୟିକା, ଉଦ୍ ଘାଟିକା ତଥା ମୁଖ୍ୟଅତିଥି ଭାବେ ଯୋଗଦାନ କରି ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ଵୀୟ ବକ୍ତବ୍ୟରେ ଭାରତ ବର୍ଷ ପାଇଁ ଜୀବନକୁ ତ୍ୟାଗ କରି ଇଂରେଜମାନଙ୍କ ଗୋରା ସିପାହୀଙ୍କୁ ଭୟ ନକରି ତାଙ୍କ ଆଗରେ ଦମ୍ଭ ଦେଖାଇ ଜଣେ ସାହସୀ ବାର ବର୍ଷର ବାଳକ ହେଉଛନ୍ତି ବୀର ବାଜି ରାଉତ।ତାଙ୍କ ତ୍ୟାଗ,ସାହସ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣାର ସ୍ରୋତ।
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ନିଦର୍ଶନ ହେବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ବିଶ୍ବର ସର୍ବକନିଷ୍ଠ ଶହୀଦ,ଢେଙ୍କାନାଳ ମାଟିର ଗର୍ବ ଗୌରବ,ଶହୀଦ ବୀର ବାଜିରାଉତଙ୍କ ସୃତିଚାରଣ କରି ତାଙ୍କର ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାପାଇଁ ଦୃଢ଼ ଆହ୍ବାନ ଜଣାଇଥିଲେ।ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ପାଞ୍ଚ ବର୍ଷର ସଫଳ କାର୍ଯ୍ୟାବଳୀସବୁ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ
ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପରେ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରୀ,ଛାତ୍ରମାନଙ୍କୁ ନେଇ ଅନୁଷ୍ଠିତ”ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତାର ଅଂଶବିଶେଷ ଭାବରେ ବାଜିରାଉତଙ୍କ ସଂପର୍କରେ କୁଇଜ୍ ପ୍ରଶ୍ନୋତ୍ତର କରଯାଇଥିଲା।ଏହି କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର ଭାବେ ରାଜୀବ କୁମାର ମାହୁନ୍ତ ପରିଚାଳନା କରିଥିଲେ।ସମସ୍ତ ସଠିକ୍ ଉତ୍ତର ଦାତା ମାନଙ୍କୁ ପୁରସ୍କୃତ କରଯାଇଥିଲା।ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିକୃତିରେ, ଭାରତ ମାତା,ସ୍ଵାମୀ ବିବେକାନନ୍ଦ ଓ ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ,ମଙ୍ଗଳାଚରଣ ଗାନ ଓ ବନ୍ଦେ ମାତରମ୍ ଗାନ କରାଯାଇଥିଲା।ଶାଖା ପକ୍ଷରୁ ଉଦ୍ ଘାଟକ ତଥା ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରଯାଇଥିଲା।ଶାଖାର ସମ୍ପାଦକ ଉଷାରାଣୀ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ,ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଶ୍ବର ସର୍ବକନିଷ୍ଠ ସହୀଦ ବାଜିରାଉତଙ୍କ ଜନ୍ମଜୟନ୍ତୀ ଅବସରରେ ବାଜିଚୌକସ୍ଥିତ ସହିଦ ମିନାରଠାରେ ବାଜିରାଉତ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆମ ଶାଖାର ସଦସ୍ୟା,ସଦସ୍ୟ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ପରିଶେଷରେ ଶାଖାର ବରିଷ୍ଠ ସଦସ୍ୟ ଇଂ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପୃଷ୍ଠପୋଷକ ଡ.ସମୀର ସାହୁ,ସବିତା ଧୀର,ଭାରତୀୟ ସଙ୍ଗୀତ ନୀଳୟ ପକ୍ଷରୁ ଗୁରୁ ଯାମିନୀ ରଞ୍ଜନ ଦାଶ,ସମାଜସେବୀ ଦୀପକ ପ୍ରସାଦ ପଟ୍ଟନାୟକ,ଇଂ କିଶୋର ଚନ୍ଦ୍ର ମିଶ୍ର,ଶାଖା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ପ୍ରଜ୍ଞା ବଳ,ସଂଗଠନ ସଚିବ ଅନିଲ ରାଉତ,ଅର୍ଥ ସଚିବ ସୂର୍ଯ୍ୟକାନ୍ତ ନାୟକ, ମୋନାଲିସା ମାହୁନ୍ତ,ସମୀର ପରିଡା,ପ୍ରଶାନ୍ତ ଧଳ,ଡ.ଅନୁପମା ମିଶ୍ର,ମାନସ ମହାପାତ୍ର,ପ୍ରଯତ୍ନ ସାହୁ,ରତିକାନ୍ତ ବେହେରା, ଡ.କୁଞ୍ଜ ବିହାରୀ ସାହୁ,ଅଧ୍ୟାପିକା ରଶ୍ମି ଦାଶ,ଅଳ୍ପନା ଦାସ, ସୁନୀତା ମହାରଣା, ଆନନ୍ଦ ଚନ୍ଦ୍ର ଲେଙ୍କା,ମଞ୍ଜିଲ୍ ପ୍ରିୟଙ୍କର ପ୍ରିୟରଞ୍ଜନ ମାହୁନ୍ତ, ଅଭିମନ୍ୟୁ ବେହେରା,ବିକାଶ ଦାସ, ସମୀତ ସାହୁ,ସୁମିତ୍ରା ମହାରଣା,ଶେଷଦେବ ମିଶ୍ର,ପ୍ରଶାନ୍ତ ସାହୁ,ରାହୁଲ କୁମାର କରଣ,ୟାନୁଶ୍ରୀ ନାୟକ,ନବଦୀପ ନାୟକ,ଗତିବିଧି ଆବାହକ,ସଂସ୍କାର,ସମ୍ପର୍କ ସଚିବ ଡ.କବିତା ମହାନ୍ତି ପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟ,ଉପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

