ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମାଁ ଠାକୁରାଣୀ 

ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମାଁ ଠାକୁରାଣୀ 

  ଡାବୁଗାଁ, ୨୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁରେ ସୋମବାର ଆରମ୍ଭ ହୋଇଥିବା ମାଁ ଠାକୁରାଣୀଙ୍କ କଳସୀ ଯାତ୍ରା ବା ଘଣ୍ଟ ଯାତ୍ରା ରେ ମାଁ ଙ୍କ ପ୍ରତୀକ ଘଟ ଗୁଡିକ ପ୍ରତିଦିନ ଗ୍ରାମକୁ ଗ୍ରାମ ବୁଲି ପ୍ରତି ଭକ୍ତ ଙ୍କ ଘରକୁ ଘର ଯାଇ ନୈବେଦ୍ୟ ଗ୍ରହଣ କରୁଛନ୍ତି | ପ୍ରତିଦିନ ମଧ୍ୟାନ୍ନରେ ୫ ଜଣ କୁମାରୀ କନ୍ୟା ସୁସଜିତ ହୋଇ ମାଁ ଙ୍କ ଘଟକୁ ମୁଣ୍ଡାଇ ବାଦ୍ୟର ତାଳେ ତାଳେ ଚାଲି ଚାଲି ଯାଇ ଭକ୍ତ ଘର ଅଗଣାରେ ପହଞ୍ଚି ଥାନ୍ତି | ପ୍ରତି ଘର ଆଗରେ ଲୀପ ପୋଛା କରି ବିଭିନ୍ନ ରଙ୍ଗର ଝୋଟି ପକାଇ ଧୂପ ଦୀପ ନୈବେଦ୍ୟ ଦେଇ ଭକ୍ତ ମାନେ ମାଁଙ୍କ ପ୍ରତୀକ କୁମାରୀ କନ୍ୟାଙ୍କ ପାଦ ଧୋଇ ଦେଇ ପୂଜାରୀଙ୍କ ଦ୍ଵାରା ମାଁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି | ପ୍ରକାଶ ଥାଉକି ଏହି ନାବାଦିନ ଯାତ୍ରାରେ ପ୍ରଥମ ଥର ଭକ୍ତଙ୍କୁ ଦର୍ଶନ କରାଇବା ପରେ ପୁନର୍ବାର ଭକ୍ତ ଙ୍କ ଠାରୁ ମେଲାଣି ନେବା ପାଇଁ ଯାଇଥାନ୍ତି | ସନ୍ଧ୍ୟାରେ ମାଁ ଙ୍କ ଘଟ କଳସୀ ମଣ୍ଡପକୁ ଫେରିବା ପରେ ବିଭିନ ଗ୍ରାମରୁ ଭକ୍ତ ମନ ଆସି ଦର୍ଶନ କରନ୍ତି | ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ବିଭିନ୍ନ ଆଦିବାସୀ ନାଟକ ପ୍ରଦର୍ଶନ କରାଯାଉଛି | ଏହି କଳସୀ ଯାତ୍ରାରେ ଡାବୁଗାଁ ଚଳ ଚଞ୍ଚଳ ହୋଇଉଠିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

Two day All India Seminar on Trends in Advanced Building Construction and Innovative Building Materials

masiha

Leave a Comment

error: Content is protected !!