ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟରେ “କାର୍ଗିଲ ବିଜୟ ଦିବସ” ପାଳିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା ତରଫରୁ ପାଳିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ, ଶିକ୍ଷା ଅଧ୍ୟାପକ ଶ୍ରୀମାନ୍ ସମୀର ପଧାନ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା ପ୍ରମୁଖ ଯୋଗ ଦେଇଥିଲେ l ଜାତୀୟ ସେବା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ତତ୍ତ୍ଵାବଧାନରେ “କାର୍ଗିଲ ବିଜୟ ଦିବସ” ସହ ବୃକ୍ଷରୋପଣ ହୋଇଥିଲା l ଏଥିରେ ୫୦ଜଣ ଜାତୀୟ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରି ଥିବା ବେଳେ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଜାତୀୟ ସ୍ଵେଚ୍ଛାସେବୀ ସୁଶ୍ରୀ ଉଷା ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ l ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡୋଳେଶ୍ୱର ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

Sunil Chandra Nayak

କଳାହାଣ୍ଡି: ମହାସମାରୋହରେ ପାଳିତ ହେଲା ଡଙ୍ଗରଗଡ଼ ମହୋତ୍ସବ

masiha

Leave a Comment

error: Content is protected !!