ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟରେ “କାର୍ଗିଲ ବିଜୟ ଦିବସ” ପାଳିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା ତରଫରୁ ପାଳିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ, ଶିକ୍ଷା ଅଧ୍ୟାପକ ଶ୍ରୀମାନ୍ ସମୀର ପଧାନ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା ପ୍ରମୁଖ ଯୋଗ ଦେଇଥିଲେ l ଜାତୀୟ ସେବା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ତତ୍ତ୍ଵାବଧାନରେ “କାର୍ଗିଲ ବିଜୟ ଦିବସ” ସହ ବୃକ୍ଷରୋପଣ ହୋଇଥିଲା l ଏଥିରେ ୫୦ଜଣ ଜାତୀୟ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରି ଥିବା ବେଳେ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଜାତୀୟ ସ୍ଵେଚ୍ଛାସେବୀ ସୁଶ୍ରୀ ଉଷା ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ l ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡୋଳେଶ୍ୱର ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରବଳ ବର୍ଷାରେ ରାୟଗଡ଼ା ଡିଭିଜନରେ ରେଳ ଚଳାଚଳ ପ୍ରଭାବିତ

Sunil Chandra Nayak

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ , କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

masiha

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

Leave a Comment

error: Content is protected !!