ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

ରାଉରକେଲା, ୨୯/୧୦/୨୫ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ଓ ଗତକାଲି ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା କରିଥିଲେ l (CPCB ) କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନୂତନ (OCEMS) ଅନଲାଇନ୍ ନିରନ୍ତର ନିର୍ଗମନ ମନିଟରିଂ ସିଷ୍ଟମ ପ୍ରୋଟୋକଲ ସମ୍ପର୍କ ରେ ସମ୍ବେଦନଶୀଳତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ସମସ୍ତ ୧୭ ବର୍ଗର ଶିଳ୍ପ ଏବଂ ପ୍ରମୁଖ ଖଣି କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ। ଶିଳ୍ପଗୁଡ଼ିକୁ ଓ.ସିଇ.ଏମ.ଏସ. ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସକ୍ଷମ କରିବା, କାଲିବ୍ରେସନ୍ ପ୍ରୋଟୋକଲ ଏବଂ ରାଉରକେଲା NCAP (ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ) ଅଧୀନରେ ଆସୁଥିବା ସହର ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ପରିବେଶର ଉନ୍ନତି ଓ ପ୍ରଦୂଷଣର ମୁକାବିଲା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଦକ୍ଷତାର ସହିତ ପରିଚାଳନା କରିବାକୁ ଶିଳ୍ପ ଓ ଖଣି ଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ବିଭାଗୀୟ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସଚେତନ କରାଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜଧାନୀରେ ଗୋପାଳ ପ୍ରହରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତି ପାଇଁ ସରକାରଙ୍କୁ କୃତଜ୍ଞତା : ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ 

masiha

ଜନ କଲ୍ୟାଣ ସାମ୍ୱାଦିକ ସଂଘ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା

masiha

ଧର୍ମଗଡ: ସେମଲା ଗାଁ ର ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

masiha

Leave a Comment

error: Content is protected !!