ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

ରାଉରକେଲା, ୨୯/୧୦/୨୫ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ଓ ଗତକାଲି ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା କରିଥିଲେ l (CPCB ) କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନୂତନ (OCEMS) ଅନଲାଇନ୍ ନିରନ୍ତର ନିର୍ଗମନ ମନିଟରିଂ ସିଷ୍ଟମ ପ୍ରୋଟୋକଲ ସମ୍ପର୍କ ରେ ସମ୍ବେଦନଶୀଳତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ସମସ୍ତ ୧୭ ବର୍ଗର ଶିଳ୍ପ ଏବଂ ପ୍ରମୁଖ ଖଣି କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ। ଶିଳ୍ପଗୁଡ଼ିକୁ ଓ.ସିଇ.ଏମ.ଏସ. ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସକ୍ଷମ କରିବା, କାଲିବ୍ରେସନ୍ ପ୍ରୋଟୋକଲ ଏବଂ ରାଉରକେଲା NCAP (ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ) ଅଧୀନରେ ଆସୁଥିବା ସହର ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ପରିବେଶର ଉନ୍ନତି ଓ ପ୍ରଦୂଷଣର ମୁକାବିଲା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଦକ୍ଷତାର ସହିତ ପରିଚାଳନା କରିବାକୁ ଶିଳ୍ପ ଓ ଖଣି ଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ବିଭାଗୀୟ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସଚେତନ କରାଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

Sunil Chandra Nayak

ଦିତୀୟ ଦିବସରେ ବିହୂ ନୃତ୍ୟ ଏବଂ ସାଜ ଔର ଆଓ୍ବାଜ ସଂଗୀତ ମୂର୍ଚ୍ଛନା ରେ ଦୁଲୁକିଲା ବାମନଘାଟୀ ମହୋତ୍ସବ ମଂଚ

Sunil Chandra Nayak

Leave a Comment

error: Content is protected !!