ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁ୍ନ୍ଦରଗଡ: ୨୯/୧୦/୨୫:- ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି। ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ହୋଇଯାଇଛି।

   ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି” ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ଵ ” ବା ” Vigilllance: Our shared responsibility” । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜନ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଅଭିମନ୍ୟୁ ମାଝୀ , ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଗଜେନ୍ଦ୍ର ନାୟକ, ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଶାଖା ର ଡିଏସପି ଶ୍ରୀ ଦୈତାରି ଘଡେ଼ଇ, ଡି ଏସ ପି ଅମୃତା ନନ୍ଦିନୀ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ଼ ର ସହାୟକ ଅଧ୍ୟାପକ ଶ୍ରୀ ନୂତନ ଖମାରୀ ଯୋଗ ଦେଇଥିଲେ। 

          କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଭିଜିଲାନ୍ସ ଡି.ଏସ.ପି ଶ୍ରୀ ଘଡ଼ାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ସମ୍ୟକ ସୂଚନା ଦେବା ସହିତ ଦୁର୍ନୀତି କୁ ହଟାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତା ର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ପ୍ରତ୍ୟେକ ସମାଜର କ୍ଷେତ୍ରରେ ଦୁର୍ନୀତିର ମୂଳୋତ୍ପାଟନ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତ କର୍ମଚାରୀ ମାନେ ସ୍ଵଚ୍ଛତା ବଜାୟ ରଖିବା ଉପରେ କହିବା ସହିତ କାର୍ଯ୍ୟରେ ସାଧୁତା ଓ କର୍ମରେ ନିଷ୍ଠା ରଖିବା ଉପରେ କହିଥିଲେ। ସମସ୍ତ ଙ୍କୁ ଦୁର୍ନୀତି ବିରୋଧ ରେ ସଜାଗ ଓ ସଚେତନ ରହିବାକୁ କହିଥିଲେ। ସରକାରୀ ସେବା ଯୋଗାଣ ଆଦି କ୍ଷେତ୍ରରେ ପ୍ରାୟ ଅନଲାଇନ୍ ପ୍ରକ୍ରିୟା ର ସୁବିଧା ରହିଛି।ତେଣୁ ଜନସାଧାରଣ ତଥା ହିତାଧିକାରୀ ମାନେ ସ୍ୱଚ୍ଛ ଉପାୟ ରେ ନିଜ ପାଇଁ ସେବା ଗୁଡ଼ିକ ସହଜରେ ପାଇ ପାରିବେ ବୋଲି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିଭଳି ମୁଖ୍ୟ ବକ୍ତା ଶ୍ରୀ ଖମାରୀ ଦୁର୍ନୀତି ର ସ୍ୱରୂପ ଓ ପ୍ରକାର ଗୁଡ଼ିକୁ ଉଦାହରଣ ମାଧ୍ୟମରେ ବ୍ୟାକ୍ଷା କରିଥିଲେ ଏବଂ ସତ୍ୟନିଷ୍ଠ ଓ ସାଧୁତା ସହ ନିଜର କର୍ତ୍ତବ୍ୟ ପାଳନ ହେଉଛି ପ୍ରକୃତ ଦେଶଭକ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ। ସେହିଭଳି ସେ ଦେଶରୁ ଦୁର୍ନୀତି ର ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋଚନା କରିବା ସହିତ ସମସ୍ତ ନାଗରିକ ନିଜ ବ୍ୟବହାର ରେ ପାରଦର୍ଶିତା, ନିଷ୍ଠା, ଦାୟିତ୍ୱବୋଧ ପ୍ରଦର୍ଶନ କଲେ ହିଁ ଏହା ପ୍ରଗତିଶୀଳ ଭାରତ ଭିତ୍ତିଭୂମି କୁ ସୁଦୃଢ କରିବ ବୋଲି ନିଜ ଅଭିଭାଷଣ ରଖି ଥିଲେ। 

ଏହି କାର୍ଯ୍ୟକ୍ରମ ରେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା। ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା। ଶେଷରେ ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ବୃନ୍ଦାବତୀ ତାଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଦଳର ସଦସ୍ୟ, ଆଶା କର୍ମୀ, ବରିଷ୍ଠ ନାଗରିକ, ଭିଜିଲାନ୍ସ ବିଭାଗର କର୍ମଚାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦିର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । 

        ଏହି ଅବସରରେ ଆଜି ସକାଳେ ଡିଆରଡିଏ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏକ ଭିଜିଲାନ୍ସ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ର ଛାତ୍ରୀ, ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା, ଆଶା କର୍ମୀ ଆଦି ସାମିଲ ହୋଇଥିଲେ ଏବଂ ଭିଜିଲାନ୍ସ ସଚେତନତା ର ବାର୍ତ୍ତା ଦେଇ ସହର ମଧ୍ୟରେ ପରିକ୍ରମା କରିଥିଲେ। ପ୍ରକାଶ ଥାଉ କି , ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟ, ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଦୁର୍ନୀତି ବିରୋଧ ରେ ସାଧୁତା ର ଶପଥ ପାଠ କରାଇଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ମରଣିକା କମିଟି: କବିତା ପାଠଉତ୍ସବ ଓ ପ୍ରବନ୍ଧ ଆଲୋଚନାର ପ୍ରସ୍ତୁତି ବୈଠକ 

masiha

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

masiha

Leave a Comment

error: Content is protected !!