ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ସେମଲା ଗାଁ ର ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ଧର୍ମଗଡ: ସେମଲା ଗାଁ ର ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ପଞ୍ଚାୟତ ସେମଲା ଗ୍ରାମର ବାପା ମା ଛେଉଣ୍ଡ ଦୁଇ ଅନାଥ ଝିଅ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ଅସହାୟ ଫୁଲମତି ସାହୁ ( ୧୫) ଏବଂ ଉର୍ବଶୀ ସାହୁ (୧୦) ଦୁନିଆକୁ ଭଲ ଭାବରେ ଦେଖି ନ ଜାଣିବା ଆଗରୁ ମା ରୋହିଣୀ ସାହୁ ୩ ବର୍ଷ ତଳେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଗତ ୮ ଦିନ ତଳେ ବାପା ଦୟାନିଧି ସାହୁ ଙ୍କ ଦେହାନ୍ତ ହୋଇ ଯାଇଥିଲା। ବାପା ମା ଙ୍କ ଦେହାନ୍ତ ପରେ ଫୁଲମତି ଓ ଉର୍ବଶୀ ଏକଦମ ଅନାଥ ଅସହାୟ ହୋଇ ରହି ଯାଇଥିଲେ। ବାପା ମା ହରାଇଥିବା ଦୁଇ ଭଉଣୀ ଦୁନିଆର ଭଲ ମନ୍ଦ ବିଷୟରେ ମଧ୍ୟ ଜାଣିନଥିଲେ। ଦୁଇ ଭଉଣୀଙ୍କ କରୁଣ କାହାଣୀ ଜାଣିବା ପରେ ଶନିବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୁଧାଂଶୁ ଶେଖର ମହାପାତ୍ର, ଗୁରୁପ୍ରସାଦ ନାଏକ ସମେତ ରାଜ୍ୟ ମଙ୍ଗଳ ବୋର୍ଡ ଯୋଜନା ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ସମାଜସେବୀ ବିବେକ ରଞ୍ଜନ ମିଶ୍ର, ସାମାଜିକ କର୍ମି ଢଗ ନାଏକ, ଉମାକାନ୍ତ ସୁନାନୀ, ରିଙ୍କୁ ମଙ୍ଗରାଜ, ହିମାଂଶୁ ମଙ୍ଗରାଜ ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଞ୍ଚି ସମସ୍ତ ସରକାରୀ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେବା ସହ ଦୁଇ ଭଉଣୀଙ୍କୁ ବୁଧବାର ଶିଶୁ ସୁରକ୍ଷା ବିଭାଗ ରେ ଭର୍ତ୍ତି କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମଚାରୀ ସୁଧାଂଶୁ ଶେଖର ମହାପାତ୍ର ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଧାୟକ ବାଣ୍ଟିଲେ ବିଏସକେୱାଇ ନବୀନ କାର୍ଡ 

masiha

୧-; ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ, ୨- ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

Sunil Chandra Nayak

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସଂଘ ଶତବାର୍ଷିକ ପଥ ସଂଚଳନ ର ଭବ୍ୟ ଅୟୋଜନ

Sunil Chandra Nayak

Leave a Comment

error: Content is protected !!