ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

ଡାବୁଗାଁ, ୫/୬ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ପୂର୍ଣ୍ଣଚନ୍ଦ୍ର ନନ୍ଦ ଗୁରୁବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ କୋଡିଗାଁ ବନାଞ୍ଚଳ କାର୍ଯ୍ୟ|ଳୟରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବତନ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ୩୧ ଅଗଷ୍ଟ ୨୦୨୪ ରେ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା | ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ବନାଞ୍ଚଳ ଅଧିକାରୀ ଦାୟିତ୍ଵରେ ରହିଥିଲେ | ଆଜି ନୂତନ ବନାଞ୍ଚଳ ଅଧିକାରୀ ଯୋଗଦାନ କରିବା ପରେ ବନ କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ | ଏହି ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ବସନ୍ତ ନାୟକ, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ଅନିତା ହିଆଲ ଓ ଶସ୍ମିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ସାଉଁଟିଛନ୍ତି

masiha

ଇସ୍କନ ର ଶ୍ରୀଜଗନ୍ନାଥ ଙ୍କ ଅଦିନିଆ କାର୍ଯ୍ୟକ୍ରମ ବିରୋଧରେ କ୍ଷୋଭ 

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!