ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

ରୁପ୍ରା, ୮/୯ (ଅଜୟ ସେନାପତି ) :  କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ  ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ପଶ୍ଚିମବଙ୍ଗର କୋଲକାତା ସ୍ଥିତ ବାରାକପୁର ଆର୍ମିର ପିଏମ୍  ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନର ଛାତ୍ରଛାତ୍ରୀ ମାନଙ୍କୁ ପର୍ବତାରୋହଣ ତଥା ସ୍ପୋର୍ଟସ୍ କ୍ଲାଇମିଙ୍ଗ ମାଧ୍ୟମରେ ତାଙ୍କର ଭବିଷ୍ଯତ ନିର୍ମାଣ କରିବା ସହିତ ନିଜକୁ ଉତ୍ତମ ବ୍ଯକ୍ତିତ୍ବ ଭାବରେ ପରିଚୟ ସୃଷ୍ଟି କରିପାରିବା ସହିତ ସେ ବାବଦରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୋମବାର ଉଦବୋଧନ ଦେଇଥିଲେ। ଓଡ଼ିଶାର ପ୍ରଥମ ଏଭେରେଷ୍ଟ୍ ଆରୋହୀ ଭାବରେ ଓଡ଼ିଶା ରୁ  ଯାଇ ଅନ୍ଯ ରାଜ୍ୟରେ ପ୍ରେରଣାଦାୟୀ ଅଭିଭାଷଣ ଦେବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଏହି ଅବସରେ ବାରାକପୁର ଆର୍ମି ର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନର ଅଧ୍ୟକ୍ଷ ଅସିମ ନାଥ, କଳାହାଣ୍ଡି ବାସିନ୍ଦା ତଥା ସେଠାରେ କାର୍ଯ୍ୟରତ ବରିଷ୍ଠ ଅଧ୍ୟାପକ ଡକ୍ଟର ହିମାଂଶୁ ରଣା ଏବଂ ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ପର୍ବତାରୋହୀ ଶ୍ରୀ ଭୋଇଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି । ଅଧ୍ୟାପକ ଡକ୍ଟର ରଣା ଆଗାମୀ ଦିନରେ ଏଭେରେଷ୍ଟ୍ ଆରୋହୀ ଯୋଗବ୍ୟାସ ଭୋଇଙ୍କୁ ନେଇ ହିମାଳୟନ ଅଭିଯାନ ସହିତ ହିମାଳୟନ ଟ୍ରେକିଙ୍ଗ୍ ପଶ୍ଚିମବଙ୍ଗ ର କୋଳକାତାରେ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରେ ଶ୍ରୀ ଭୋଇ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ତଥା ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ସମେତ କଳାହାଣ୍ଡି ଜିଲ୍ଲା ପ୍ରଶାସନ, କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ, ବିଇଓ ନର୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି  । ପ୍ରକାଶ ଥାଉ କି ଯେ, ଶ୍ରୀ ଭୋଇ ବର୍ତ୍ତମାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରାରେ କାର୍ଯ୍ୟରତ ଅଛନ୍ତି। ଆଗାମୀ ଦିନରେ ଶ୍ରୀ ଭୋଇ   ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ବ ସ୍ତରରେ  ପହଞ୍ଚାଇବ ଲକ୍ଷ୍ଯ ଅଛିବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କରିଛନ୍ତି। ବାରାକପୁର ଆର୍ମିର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନର ଅଧ୍ୟାପିକା ଶ୍ରୀଜାତା ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ  ରଥଯାତ୍ରା:୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

masiha

Leave a Comment

error: Content is protected !!