ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

ମୟୂରଭଂଜ – ୮/୦୯ -+ ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରାସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସମୀକ୍ଷା ବୈଠକରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ ( ଆଇଏଏସ),କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା( ଆଇଏଏସ),ଜିଲ୍ଲା ଶିକ୍ଷାଧିକାରୀ ପୁର୍ଣଚନ୍ଦ୍ର ସେଠୀ,ଏଡିଇଓ ଗୌତମ ପାତ୍ର ,ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ,ବିଭିନ୍ନ ବ୍ଳକର ବିଇଓ ମାନେ ଉପସ୍ଥିତ ରହିଥିଲେ ।ବୈଠକରେ ବିଦ୍ୟାଳୟରେ ଶିକ୍ଷାଦାନ,ଛାତ୍ରାବାସ ମାନଙ୍କରେ ରହୁଥିବା ଛାତ୍ର,ଛାତ୍ରୀ ତଥା ଏସି ଏଟି ଛାତ୍ରାବାସରେ ରହୁଥିବା ଅନ୍ତେଵାସୀଙ଼କ ସୁରକ୍ଷା,ନିରାପତ୍ତା,ରହଣି ବ୍ୟବସ୍ଥାକୁ ଗୁରୁତ୍ଵ ଦେବା,ମେଧାବୀ କାର୍ଯ୍ୟକ୍ରମକୁ ଲାଗୁ କରିବା ଅର୍ଥାତ୍ ପ୍ରତ୍ଯକ ବିଦ୍ୟାଳୟରେ ଶତ ପ୍ରତିଶତ ପାଶ୍ ହାର,୧୦ ଭାଗ ଗ୍ରେଡ ୧ ରଖିବା ପାଇଁ ବିଦ୍ୟାଳୟ ତରଫରୁ ଗୁରୁତ୍ବ ଦିଆଯିବା, ଛାତ୍ରଛାତ୍ରୀମାନଙ୍କୁ ଇନସ୍ପାୟାର କରିବା,ପିଏମ ଶ୍ରୀ ସ୍କୁଲର ଖର୍ଚ ର ହିସାବ, ଏନଏସପି ପଞ୍ଜିକରଣ ଇତ୍ଯାଦି ଉପରେ ଅତିଥିବୃନ୍ଦ ଉପସ୍ଥିତ ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ବୁଝାଇଥିଲେ ।ପରେ ଚଳିତ ବର୍ଷ ଵାମନଘାଟୀ ଉପଖଣ୍ଡର ବିଭିନ୍ନ ବ୍ଳକର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରାପ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ଅତିଥିବୃନ୍ଦ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ସେମାନେ ହେଲେ ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୌତମ ପାତ୍ର, ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ, ଵହଳଦା ଉଚ୍ଚ ବିଦ୍ୟାଳୟର କାର୍ତ୍ତିକ ଚନ୍ଦ୍ର ବେହେରା,ଜାମଦା ବ୍ଳକର ସିଆରସିସି ନିରଞ୍ଜନ ଗିରି, ରାଇରଙ୍ଗପୁର ବ୍ଳକର ସାନପାଖଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ପାଣି,କୁସୁମି ଵ୍ଳକର‌ ଵଡହାତନାଵେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୟନ୍ତ କୁମାର ଗାହାଣ,ତିରିଂ ବ୍ଳକର ଡୋଳାଯୋଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟ କୁମାର ସାମଡ ,ଯାମଦ ବ୍ଳକର ଆମବେଡାସ୍କୁଲର ଏନପିଏସ ଜୀତେନ୍ଦ୍ର ମୁର୍ମୁ,ବିଶୋଇ ବ୍ଳକରବାଙ୍କିଡିହି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ରାକେଶ ମଲ୍ଲିକ,ବିଜାତଳା ବ୍ଳକ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭରତେନ୍ଦୁ ମହାନ୍ତ,ଵହଳଦା ବ୍ଳକର ଇନ୍ଦୁକୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୀମା ମହାନ୍ତ ପ୍ରମୁଖ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ 

masiha

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

masiha

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!