ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ମଦନପୁର ରାମପୁର ଓବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଇଛି.ଅନବରତ ଲଗାଣ ବର୍ଷା ସତ୍ୱେ ସହସ୍ରାଧିକ ଲୋକେ ଜମା ହେଇଥିଲେ. ଏହି ଶିବିର ରେ ଅସ୍ତିଶଲ୍ୟ ବାଧିତ ୧୫୧ ଜଣ, ଦୃଷ୍ଟି ବାଧିତ ୫୧ ଜଣ, କର୍ଣ୍ଣ ସରବ୍ୟ ୪୫ ଜଣ, ଓ ଅନ୍ୟାନ ୨୮ ଜଣ ସମୁଦାୟ ୨୬୫ ଜଣ ହିତାଧିକାରୀ ଙ୍କୁ ପଞ୍ଜିକୃତ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା.ତନ୍ମଧ୍ୟରୁ ୨୨ ଜଣଙ୍କୁ ଭିର୍ଣ୍ଣକ୍ଷମ ପ୍ରମାଣ ପତ୍ର, ୧୯ ଜଣଙ୍କୁ ବସ ପାସ୍, ୧୩ ଜଣଙ୍କୁ ଟ୍ରେନ ପାସ, ୭ ଜଣଙ୍କୁ ତିନିଚକିଆ ସାଇକଲ, ୬ଜଣଙ୍କୁ ହୁଇଲ ଚୈଆର, ୧୪୩ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା. ଏ ଉପେଲେକ୍ଷେ ଆୟୋଜିତ ସଭାରେ ବିଡ଼ିଓ ଶରତ ଚନ୍ଦ୍ର ସେଠି ସଭାପତିତ୍ୱ କରିଥିଲେ. ମୁଖ୍ୟ ଅତିଥି ରୂପେ ଜ଼ିଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗଦାନ ଦେଇଥିବା ବେଳେ, ସମିତି ସଭ୍ୟ ତଥା ଯୁବ ନେତା ଯାଜ୍ଞସେନ ପଣ୍ଡା, ସମିତି ସଭ୍ୟ ଗୋକୁଳ ବିଶ୍ୱାଳ, ସରପଞ୍ଚ ସୁରେଶ ପ୍ରଧାନ, ଭିର୍ଣ୍ଣକ୍ଷମ ଜ଼ିଲା ସମିତି ସଭାପତି ସୁରେଶ ଚୌଧୁରୀ, ଭବାନୀପାଟଣା ଡାକ୍ତର ଏସ ଚନ୍ଦ୍ର ସାହୁ, ଅତିରିକ୍ତ ଶ୍ରମ ଅଧିକାରୀ ଥବିର ପାଳ, ବରିଷ୍ଠ ସାମ୍ବାଦିକ ଶଶିଭୂଷଣ ପ୍ରହରାଜ ପ୍ରମୁଖ ସମ୍ମାନିତ ଅତିଥି, ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ମଂଚାସୀନ ହେଇ ଭିର୍ଣ୍ଣକ୍ଷମ ସଶକ୍ତିକରଣ ଉପରେ, ଯୋଜନା ଉପେରେ ଆଲୋକପାତ କରି ଭିର୍ଣ୍ଣକ୍ଷମ ହୋଇ ପଦ୍ମଭୂଷଣ, ବିଶ୍ୱ ଟେନିସ ରେ ରେକର୍ଡ କରିଥିବା ଉଦାହରଣ ଦେଇଥିଲେ. ବ୍ଲକ ଭିର୍ଣ୍ଣକ୍ଷମ ବିଭାଗୀୟ ଅଧିକାରୀ ପଙ୍କଜ ବଳିୟାର ସିଂହ, ସହକାରୀ ଶ୍ରୀବନ୍ତ ବଡ଼ପଣ୍ଡା,ବୈଷୟକ ସହାୟକ ଜୟ ମହାଖୁଡ଼, ସେବଜଗତ ଅନୁଷ୍ଠାନ, ଦୁର୍ଗାମାଧବ ଉଚ୍ଚ ବିଦ୍ୟାପିଠ ସେବା ଦଳ ପ୍ରମୁଖ ହିତାଧିକାରୀ ଙ୍କୁ ସମସ୍ୟା ଓ ସମାଧାନ ପାଈଁ ଆବଶ୍ୟକ ସହଯୋଗ ଦେଇଥିଲେ. ଲିଂଜାରଜ ନାଗ, ତୁଳସୀ ଛାତ୍ରିଆ ସଭା ଉଦଘୋଷକ କାର୍ଯ୍ୟ ତୁଲାଇଥିଲେ. 

 ଦିଲ୍ଲିପ କୁମାର୍ ମିଶ୍ର ଙ୍କ ରିପୋର୍ଟ୍ 

Related posts

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!