ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନେଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

ପାପଡାହାଣ୍ଡି,17/8, ମନିସ —- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡିଶା କ୍ରମେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସ୍ଥାନୀୟ ବିଡ଼ିଓ ଦିବାକର ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ମାସ 18 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ବିଡ଼ିଓଙ୍କୁ ଜଣାଇଛନ୍ତି । ସୂଚନ ଥାଉକି ଗତ 29 ଜୁଲାଇ ରେ ଓଡିଶା ସରକାରଙ୍କୁ ଦୁଇ ଗୋଟି ଦାବି ପୁରଣ ନେଇ 17 ଅଗଷ୍ଟ ପର୍ଯ୍ୟନ୍ତ ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ପାଇଁ ଜଣାଇ ଦିଆଥିଲା । କିନ୍ତୁ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଦାବି ପୂରଣ ନ ହେବାରୁ ଓଡିଶା ସଂଘ ପକ୍ଷରୁ 18 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏଣୁ ଶୁକ୍ରବାର ଠାରୁ ପାପଡାହାଣ୍ଡି ବ୍ଲକର କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବିଡ଼ିଓଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜିପିଓ ଅକ୍ଷୟ ପଟନାୟକ ସହ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ‘ବନ ମହୋତ୍ସବ ସପ୍ତାହ’ ପାଳିତ

କୁମାରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!