ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

ନବରଙ୍ଗପୁର: (ତା ୦୨/୦୯)(ରବି ନାରାୟଣ ମହାନ୍ତି)-ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସେପ୍ଟେମ୍ବର ୧ତାରିଖକୁ ଡ୍ରାଇଭର ଦିବସ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ହେବାପରେ ସମଗ୍ର ଓଡିଶାର ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରିଛନ୍ତି |ଏହି ପରିପ୍ରେକ୍ଷୀରେ ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ମଧ୍ୟ ଡ୍ରାଇଭର ଦିବସ ପାଳନ କରାଯାଇଛି | ଝରୀଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ଡ୍ରାଇଭର ଝରୀଗାଁ ସ୍ଥିତ ହନୁମାନ ମନ୍ଦିର ନିକଟରେ ରୁଣ୍ଡ ହେବାପରେ ସେଠାରୁ ଏକ ବିରାଟ ପଟୁଆରରେ ଝରୀଗାଁ ମୁଖ୍ୟ ବଜାର ପରିକ୍ରମା କରିଥିଲେ |ପରେ ହନୁମାନ ମନ୍ଦିର ନିକଟରେ ପହଂଚି ଏକ ସଭାର ଆୟୋଜନ କରାଯାଇଥିଲା |ଉକ୍ତ ବୈଠକରେ ଝରୀଗାଁ ଥାନା ଅଧିକାରୀ ତପନ କୁମାର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ୍ରାଇଭର ମାନଙ୍କୁ ଦ୍ରୁତ ଗତିରେ ଗାଡି ନ ଚଲାଇବା ଓ ନିଶାମୁକ୍ତ ରହି ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଝରୀଗାଁ ଡ୍ରାଇଭର ସଂଘର ଉପ ସଭାପତି ମୁନିନ୍ଦ୍ର ପନକା, ସମ୍ପାଦକ ତ୍ରିଲୋଚନ ପନକା, ସହ ସମ୍ପାଦକ ଈଶ୍ୱର ନାୟକ, କୋଷାଧକ୍ଷ ତ୍ରିଲୋଚନ ଭତରା, ଉପଦେଷ୍ଟା ଅଶୋକ ଭତରା, ଯୁଗଧର ଭତରା, ନିଲମ ବଞ୍ଜାରା, କାଳିଚରଣ ପଟ୍ଟନାୟକ, ମୋତିରାମ କଲାର, ସୁରେଶ ଗୌଡ଼, ଚନ୍ଦ୍ର ଭତରା, ହରି ସାହୁ, ଶଙ୍କର ଭତରା, ଶିରାଜ ଖାନ, ବଳିରାମ ଭତରା, ପରମାନନ୍ଦ ଭତରା,ନିରଞ୍ଜନ ଭତରାଙ୍କ ସମେତ ବ୍ଲକର ସମସ୍ତ ଡ୍ରାଇଭରମାନେ ଉପସ୍ଥିତ ରହିଥିଲେ |ସମସ୍ତେ ଏହି ଦିନକୁ ଡ୍ରାଇଭର ମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ କହି ଅତ୍ୟନ୍ତ ଆନନ୍ଦିତ ହୋଇ କେକ୍ କାଟି ଖୁସିର ସହ ଦିବସ ଟିକୁ ପାଳନ କରିଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ , ଗୁଡ଼ାରି ବ୍ଲକ କଦମା ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି 

Sunil Chandra Nayak

Leave a Comment

error: Content is protected !!