ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପସାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ରୂପସାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ 

ବସ୍ତା ,13/12 ବାଲେଶ୍ୱର ଜିଲ୍ଲା ରୂପସା ସାମିଲ ହସନପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ବଜାରରେ ବୁଧବାର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା -2023ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା ଓ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ବିକଶିତ ରଥ ପ୍ରତି ପଞ୍ଚାୟତ ପରିକ୍ରମା କରି ଏଲଇଡି ମାଧ୍ୟମରେ ଘରେ ଘରେ ପାଇଖାନା, ଉଜଳା ଗ୍ୟାସ,ପିଏମ କିଷାନ,ଧାନର ମାନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଭିଡିଓ ପ୍ରଦର୍ଶିତ ହୋଇଥିଲା l ଏଥି ସହ କୃଷି ଏବଂ କୃଷକ, କୃଷିର କିପରି ଜୈବିକ ସାର ବ୍ୟବହାର କରି ଉନ୍ନତ ମାନର ଚାଷ କରିପାରିବେ ଏବଂ ଗରୁଡ଼l ଡ୍ରୋନ ମେସିନ ଦ୍ୱାରା କୀଟ ନାଶକ ଔଷଧର ବ୍ୟବହାର କରି ସବସିଡି ଟଙ୍କା ଉଠାଇ ହିତାଧିକାରୀ କେମିତି ବେନିଫିଟ ପାଇବେ ତାହା ମଧ୍ୟ ଅବଗତ କରାଯାଇଥିଲା l କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ,ଭାଜପା ନେତା ମାନସ କୁମାର ଦତ୍ତ,ଏମପି ପ୍ରତିନିଧି ଶୁଭେଶ କୁମାର ନାୟକ,ସରପଞ୍ଚ ମାଳତୀ ପ୍ରଧାନ,ବରିଷ୍ଠ ନେତା ଶୁଭଙ୍କର ମହାପାତ୍ର, ଜଳଧର ପରିଡା,ହରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇ ମୋଦୀ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ପୂର୍ବକ ଏହାର ସଦୁପଯୋଗ କରିବା ପାଇଁ ସଚେତନ କରାଇଥିଲେ l ଅଙ୍ଗନବାଡି କର୍ମୀ,ଆଶାକର୍ମୀ,ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ , ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

masiha

ଇନର୍ ହୁଇଲ୍ କ୍ଲବ୍ କପିଳାସ,ଢେଙ୍କାନାଳର ନବରାତ୍ରି ପାଳନ ଅବସରରେ ଦାଣ୍ଡିଆ ନାଇଟ୍ -୨୦୨୫ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ତରଫରୁ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!