ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

ମହିଳା ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

କାମାକ୍ଷାନଗର(ମନିସ)26/11/25 —  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ତରଫରୁ ୭୬ ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ ,୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ଦେଶକୁ ଶାସନ କରିବା ପାଇଁ ଏକ ସମ୍ବିଧାନ ର ଆବଶ୍ୟକତା ଥିଲା । ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଅର୍ଥାତ୍ ଆଜିର ଦିନରେ ଭାରତର ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରି ତାହା ଦେଶବାସୀଙ୍କ ପାଇଁ ଅର୍ପଣ କରାଯାଇଥିଲା । ପୂର୍ବରୁ ଏହି ଦିବସକୁ ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଉଥିଲା । ୨୦୧୫ ମସିହା ଅକ୍ଟୋବର ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ୱର ୨୬ କୁ ଜାତୀୟ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ବୋଲି ସୂଚନା ଦେଇଥିଲେ । ଅଧ୍ୟାପିକା ଡଃ ପ୍ରମିଳା ଦାସ ନାଗରିକ ର ଦାୟିତ୍ଵ,କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅଧ୍ୟାପିକା ଡଃ ମମତା ପାତ୍ର କହିଥିଲେ ଯେ ଜାନୁଆରୀ ୨୬ ଭଳି ନଭେମ୍ବର ୨୬ ତାରିଖ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ସମ୍ବିଧାନ ପରିଭାଷା କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ୭୬ ବର୍ଷରେ ୧୦୬ ଥର ସମ୍ବିଧାନ ସଂଶୋଧନ କରାଯାଇଛି ବୋଲି କହିଥିଲେ । ଯାହାକି ଗ୍ରହଣୀୟ ନୁହେଁ । ସମ୍ବିଧାନ ର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରାଯିବା ଉଚିତ୍ ନୁହେଁ । ଏଥିପ୍ରତି ସଚେତନ ନାଗରିକ ମାନେ ସଜାଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ଓ ସମ୍ବିଧାନର ମୂଲ୍ୟବୋଧକୁ ଅଙ୍ଗୀକାର କରିବା ନ୍ୟାୟ,ସ୍ଵାଧୀନତା ଓ ବନ୍ଧୁତ୍ୱ କୁ ଆଗକୁ ବଢ଼ାଇବା ପ୍ରସ୍ତାବିତ ଏକ ପ୍ରସ୍ତାବନା ସଂକଳ୍ପ ପାଠ କରାଇଥିଲେ । ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

Sunil Chandra Nayak

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

masiha

ସେଗାସାହି ମିତ୍ତଲ କମ୍ପାନୀ ରାସ୍ତା ମରଣଯନ୍ତା; ମିତ୍ତଲ କମ୍ପାନୀ କୁ ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

masiha

Leave a Comment

error: Content is protected !!