ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ … ଅଷ୍ଟମ ଦିନ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ 

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …

ଅଷ୍ଟମ ଦିନ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ 

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଅଷ୍ଟମ ଦିବସରେ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ ହୋଇଯାଇଛି। ପ୍ରବୀର ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ସୁବ୍ରତ ତରାଇ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଚାମ୍ବର ଅଫ କମର୍ସର ପ୍ରାକ୍ତନ ସଭାପତି ବ୍ରିଜ ମୋହନ ଅଗ୍ରୱାଲ, ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ଙ୍କ ମଧ୍ୟରେ ଡାକ୍ତର ଉତ୍ତମ କୁମାର ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି,ବିଜୟଲକ୍ଷ୍ମୀ ପଟ୍ଟନାୟକ, ପାରେଶ୍ବର ବିଶ୍ବାଳ,ନୟନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏକତ୍ର ପକ୍ଷରୁ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାମାଜିକ ଗଣମାଧ୍ୟମ ଯୋଗୁଁ ମଞ୍ଚ ନାଟକ ପ୍ରଭାବିତ ହେଉଛି । ଯୁବକ ମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ନିମନ୍ତେ ବିଦ୍ୟାଳୟ ସ୍ତରରୁ ସରକାରୀ ପୃଷ୍ଟପୋଷକତାରେ ଉଦ୍ୟମ ହେବା ଆବଶ୍ୟକ। ସମାଜ ରେ ନାଟକର ଏକ ପ୍ରମୁଖ ପ୍ରଭାବ ରହିଛି। ଯାହା ଏକଦା ଗାନ୍ଧିଜୀ ଙ୍କ ଜୀବନକୁ ପ୍ରଭାବିତ କରିଥିଲା । ନାଟ୍ୟକାର ଡ଼ଃ ନିବେଦିତା ଜେନା ଙ୍କ ରଚିତ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଙ୍କ ନିର୍ଦ୍ଦେଶନାରେ ଏହି ନାଟକର ବିଷୟବସ୍ତୁ ହେଲା ଚାଷୀ ବିଶ୍ବ ର ସ୍ତ୍ରୀ ଧରା,ପୁଅ କାହ୍ନା,ଝିଅ ବାୟାଣୀ ଓ କୁନି ତଥା ବାପା ମା ଙ୍କୁ ନେଇ ସଂସାର । ବଢ଼ି, ମରୁଡି, କୀଟ ପତଙ୍ଗ ଆକ୍ରମଣ ରେ ଚାଷ କ୍ଷତିଗ୍ରସ୍ତ ହେଲେ ବି ବିଶ୍ବ ଭାଙ୍ଗି ପଡ଼ିନାହିଁ । ନୂଆ ସ୍ବପ୍ନ ରେ ସେ ଥିଲା ବିଭୋର। କିନ୍ତୁ ତା’ର ଏହି ସ୍ବପ୍ନ ଟିକକ ପାଇଁ ଏତେ ବଡ ଦୁନିଆରେ ସ୍ଥାନ ନଥିଲା। ବିଶ୍ବର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଗଲା। ପ୍ରତିକ୍ରିୟା ରେ ବିଶ୍ବ ଚାହିଁଲା ସମଗ୍ର ଦୁନିଆକୁ ଜାଳିପୋଡି ଧ୍ବଂସ କରିଦେବାକୁ। ପରିମାଣ ରେ ଜଣେ ସରଳ କୃଷକ ପପାଲଟିଯାଏ ନିଷ୍ଠୁର,ବିସ୍ଫୋରକ ଆତ୍ମଘାତୀ। ତେବେ ପୋଲିସ ତାକୁ ଗିରଫ କରିବା ପୂର୍ବରୁ ସେ ପୋଲିସ୍ କୁ ବଢାଇଦିଏ ବହୁ ଅପରାଧିକ ଗତିବିଧି ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ତାଲିକା। ସତରେ କ’ଣ ସେମାନଙ୍କୁ ପୋଲିସ ଗିରଫ କରିପାରିଲା ନା ସେମାନେ ସରଳ ଚାଷୀମାନଙ୍କୁ ଅପରାଧି କରିବାରେ ପ୍ରକ୍ରିୟାରେ ଆଗେଇ ଚାଲିଲେ , ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ସର୍ବଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଗଙ୍ଗାଧର ରାଉତ,ରାଜେଶ ରାୟ, ଦିନେଶ ନନ୍ଦ, ସୈାମ୍ୟରଞ୍ଜନ ବାରିକ, ନିବେଦିତା ଜେନା,ସନ୍ତୋଷିନୀ ବାରିକ,ଆୟୁଶ୍ରୀ ସାମଲ,ସନ୍ଧ୍ୟାରାଣୀ ରାଉତ,ଦିବ୍ୟାଂଶା ପଟ୍ଟନାୟକ,ପ୍ରିୟାଂଶୀ ସରଭଙ୍ଗ,ଆଶ୍ରିତା ପ୍ରଧାନ,ଶୁଭସ୍ମିତା ବାରିକ, ରାଜଶ୍ରୀ ଦ୍ବିବେଦୀ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଗୁଲାବ ଓ ପ୍ରମୋଦ, ମଞ୍ଚସଜ୍ଜାରେ ରମେଶ ସାହୁ, ଆଲୋକ ରେ ରାଜେଶ କୁମାର,ମଞ୍ଚ ପରିଚାଳନାରେ ସୁଶାନ୍ତ କୁମାର ଦଳାଇ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି ,ଡ଼ା କୃପାସିନ୍ଧୁ ନାୟକ, ପ୍ରବୀର ଜେନା,ଆଲୋକ ବୋଷ, ସଭାପତି ରାଜୀବ ପାଣି ଓ ସମ୍ପାଦକ ସୁଦେଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳିତ

masiha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!