ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

କଟକ : ବୟାଳିଶ ମୌଜା ଶାନ୍ତି କମିଟି ପକ୍ଷରୁ ବେଣ୍ଟକାର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା ଡିହ ସରିଚୁଆଁ ନିବାସୀ ସ୍ଵର୍ଗତ ସୁଦାମ ଚରଣ ବେହେରାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ପୈତୃକ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ସଭାରେ ସଭାପତିତ୍ବ କରିଥିଲାବେଳେ ସଂଯୋଜକ ସନ୍ତୋଷ କୁମାର ପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସ୍ବର୍ଗତ ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସର୍ବଧର୍ମ ପ୍ରାଥନା ସଭାରେ ପ୍ରଫୁଲ୍ଲ କୁମାର ମହାପାତ୍ର ବେଦ ପାଠ କରିଥିବା ବେଳେ ଜ୍ୟୋତି ରଞ୍ଜନ ଭୋଳ ଗୀତା ପାଠ, ଖଲିକୁଦ୍ ଜମାନ ଖାଁ କୋରାନ ପାଠ ଓ ଚିତ୍ରସେନ ଦାସ ବାଇବେଲ ପାଠ କରିଥିଲେ। ସ୍ବର୍ଗତ ବେହେରା ଏକାଧାରରେ ଜଣେ ସାହିତ୍ୟିକ, କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ ତଥା ଗ୍ରନ୍ଥାକାର ଥିଲେ। ବହୁ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ଅମ୍ଳାନ ପ୍ରତିଭା ବାବଦରେ ବକ୍ତା ମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ କୁମାର ମହାପାତ୍ର, ଡଃ ଚିତ୍ତରଞ୍ଜନ ବେହେରା, ବିଳାସ ଚନ୍ଦ୍ର ବେହେରା, ପ୍ରହ୍ଲାଦ ବେହେରା, ରୁଦ୍ର ନାରାୟଣ ଦାସ, ସନ୍ତୋଷ କୁମାର ଭୋଇ, ବିଜୟ କୁମାର ରାଉତରାୟ, ଶ୍ୟାମ ସୁନ୍ଦର ପରିଡ଼ା, କ୍ଷୀରୋଦ କୁମାର ଦୀକ୍ଷିତ, ଇ° ଅଶୋକ କୁମାର ବିଶ୍ବାଳ, ଜ୍ୟୋତିରଂଜନ ଦାସ, ରମେଶ ମଲ୍ଲିକ, ଶୁକଦେବ ପଟ୍ଟନାୟକ, ସାଗର କାନୁନଗୋ, ଜଚିନ୍ଦ୍ର ନାଥ ବେହେରା, ବିନୋଦ ବେହେରା, ବୁଲେଇ ବେହେରା ଓ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିହନ ବ୍ୟବସାୟ କେନ୍ଦ୍ର ନିରୀକ୍ଷଣ ଓ ଅଣ ସ୍ଵିକୃତୀ ପ୍ରାପ୍ତ ଧାନ ବିହନ କେନ୍ଦ୍ର ଯାଞ୍ଚ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!