ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଙ୍ଗ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା   ୮ ଜଣ ଚାଷୀ ପୁରସ୍କୃତ ଓ ୪ ଜଣଙ୍କୁ ଡୋମି ଚେକ୍ ପ୍ରଦାନ

ତିରିଙ୍ଗ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 

 ୮ ଜଣ ଚାଷୀ ପୁରସ୍କୃତ ଓ ୪ ଜଣଙ୍କୁ ଡୋମି ଚେକ୍ ପ୍ରଦାନ

ରାଇରଙ୍ଗପୁର :୧୧/୧୧- ମୟୁରଭଂଜ ଜିଲ୍ଲା ସୀମାନ୍ତ ଅଞ୍ଚଳ ତିରିଙ୍ଗ ବ୍ଲକ ପରିସର ମଧ୍ୟରେ ଥିବା ବିରାଟ ଖୋଲା ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ତିରିଙ୍ଗ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତାପସ ରଞ୍ଜନ ମହାପାତ୍ର ଓ ତିରିଙ୍ଗ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଜ୍ୟୋତିଶ୍ରୀ ଜ୍ୟୋତି ରଞ୍ଜନଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜୋଲେନ ନାଏକ , ମୁଖ୍ୟ ବ୍ୟକ୍ତା ଭାବେ ସାମାଜିକ କର୍ମୀ ତଥା ସମାଜସେବୀ ନବୀନ ରାମ , ସମ୍ମାନନୀୟ ଅତିଥି ଭାବେ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ , ତିରିଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର, ବଜାମଦା ବିଭିଓ ସୌମରଞ୍ଜନ ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାଇରଙ୍ଗପୁର ସୁଶାନ୍ତ କୁମାର ସିଂ, ତିରିଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତାପସ ରଞ୍ଜନ ମହାପାତ୍ର, ତିରିଙ୍ଗ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଜ୍ୟୋତିଶ୍ରୀ ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଧୂପ , ଦୀପ , ତଥା ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନେ ପୂଜା ଅର୍ଚ୍ଚନା କରିଥିଲେ । ଏହି ମେଳାରେ ବିଭିନ୍ନ ଷ୍ଟଲ ପ୍ରଦର୍ଶନୀ ଲାଗିଥିଲା । ସେଥି ମଧ୍ୟରୁ ମତ୍ସ୍ୟ ବିଭାଗ ,ପ୍ରାଣୀ ସମ୍ପଦ ବିଭାଗ ( ଗାଈ , ଘୁଷୁରୀ , ଛେଳି , ମେଣ୍ଢା , ବତକ , କୁକୁଡ଼ା ), ଶ୍ରୀଅନ୍ନ ଅଭିଯାନ ପୁଷ୍ଟି ଖାଦ୍ୟ ଶସ୍ୟ ବିଭାଗ ଆହୁରି ଅନେକ ବିଭାଗ ଷ୍ଟଲ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ । ସମସ୍ତ ଅତିଥି ଷ୍ଟଲ ମାନଙ୍କ ପ୍ରଦର୍ଶନୀକୁ ବୁଲି ବୁଲି ଦେଖି ତର୍ଜମା କରିଥିଲେ । ଏହି ମେଳାରେ ଶତାଧିକ ଚାଷୀ ତଥା ସାଧାରଣ ଜନତା ଉପସ୍ଥିତ ଥିଲେ । ଏଥିରେ ମୋଟ ଆଠ ଜଣ ଚାଷୀଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥିଲା। ସେଥି ମଧ୍ୟରୁ ଦୁଇ ଜଣ ପଶୁ ସମ୍ପଦ ବିଭାଗରୁ ୨୫୦୦ ବ୍ରୟେଲର ୟୁନିଟ ପାଇଁ ଅର୍ଜୁନ ବାସ୍କେଙ୍କୁ ପାଞ୍ଚ ଲକ୍ଷ ଚାଳିଶ ହଜାର ଟଙ୍କାର ଡୋମି ଚେକ ପ୍ରଦାନ କରାଯାଇଥିବା ବେଳେ ଗୋ ପାଳନ ଯୋଜନା ୟୁନିଟ ପାଇଁ ଶିଲା ଟିପିରିଆଙ୍କୁ ଏକ ଲକ୍ଷ ଏକଷଠି ହଜାର ଦୁଇଶହ ଅଶୀ ଟଙ୍କାର ଡୋମି ଚେକ ପ୍ରଦାନ କରାଯାଇଥିଲା। ମତ୍ସ୍ୟ ବିଭାଗର ନେଟୱାର୍କିଙ୍ଗ ଟୁ ସୀଡ଼ ଗ୍ରୱେର ପାଇଁ ସୁଲଚନା ମଣ୍ଡଳ ଓ ମତ୍ସ୍ୟ ପୋଖରୀ ଯୋଜନା ପାଇଁ ଲକ୍ଷ୍ମଣ ମୁର୍ମୁଙ୍କୁ ଡୋମି ଚେକ ପ୍ରଦାନ କରାଯାଇଥିଲା। ସଫଳତାର ସହ କାର୍ଯ୍ୟ ଜାରି ରଖି ଆଗକୁ ଯିବାରେ ଗୋ-ପାଳନ ଯୋଜନାରେ ଲାଲ ଗିରି, ଗୋଟାରୀ ୟୁନିଟ ପାଇଁ ( ୩୦ +୨) ବିଭୀଷଣ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମତ୍ସ୍ୟ ପୋଖରୀ ବିଭାଗ ତରଫରୁ ଏମଏମକେୱାଇ ଯୋଜନାର ଶାଗୁନ ଡବ୍ଲୁଏସଏଚଜି ଗ୍ରୁପ, ମତ୍ସ୍ୟ ପାଳନ ଗ୍ରାମ ପୋଖରୀ ପାଇଁ ମା ମନସା ଡବ୍ଲୁଏସଏଚଜି ଗ୍ରୁପକୁ ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

ଓଡିଶା ପତ୍ରକାର ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

masiha

ବିନ୍ଦୁ ମିନା ସେବା ଫାଉଣ୍ଡେସନ’, ରାୟପୁରରୁ ଆମ୍ବୁଲାନ୍ସ ଯୋଗାଇ ଗାଁକୁ ଫେରାଇଲା ମହିଳାଙ୍କ ମରଶରୀର

Sunil Chandra Nayak

Leave a Comment

error: Content is protected !!