ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଦୁ ମିନା ସେବା ଫାଉଣ୍ଡେସନ’, ରାୟପୁରରୁ ଆମ୍ବୁଲାନ୍ସ ଯୋଗାଇ ଗାଁକୁ ଫେରାଇଲା ମହିଳାଙ୍କ ମରଶରୀର

ବିନ୍ଦୁ ମିନା ସେବା ଫାଉଣ୍ଡେସନ’, ରାୟପୁରରୁ ଆମ୍ବୁଲାନ୍ସ ଯୋଗାଇ ଗାଁକୁ ଫେରାଇଲା ମହିଳାଙ୍କ ମରଶରୀର

ଜୁନାଗଡ଼ (ମ ନି ସ): ଯେଉଁଠି ସବୁ ଆଶା ଏବଂ ସାହାଯ୍ୟର ବାଟ ବନ୍ଦ ହୋଇଯାଏ, ସେଠି ମାନବିକତାର ହାତ ବଢ଼ାଇ ଛିଡ଼ା ହୁଏ “ବିନ୍ଦୁ ମିନା ସେବା ଫାଉଣ୍ଡେସନ”। ବିପତ୍ତି ସମୟରେ ଅଞ୍ଚଳବାସୀଙ୍କ ସୁଖ ଓ ଦୁଃଖର ସାଥୀ ସାଜି ଆସିଥିବା ଏହି ସେବା ସଂଗଠନ ପକ୍ଷରୁ ପୁଣି ଏକ ହୃଦୟସ୍ପର୍ଶୀ ତଥା ମାନବିକ ସେବାର ଅନନ୍ୟ ଉଦାହରଣ ସୃଷ୍ଟି ହୋଇଛି। ଏକ ଅସହାୟ ଗରିବ ପରିବାରକୁ ଦୁଃଖ ସମୟରେ ସହଯୋଗ କରି ସଂଗଠନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗାସାପାଲି ଗ୍ରାମ ପଞ୍ଚାୟତର କର୍ମାଟ ଗ୍ରାମରେ ରହନ୍ତି ବନିତା ବିହାରୀ। ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ଗୁରୁତର ଅସୁସ୍ଥତା କାରଣରୁ ତାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା।ମହିଳାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ତେବେ ଏହି ଶୋକାକୁଳ ପରିବେଶ ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା ଓ ଅସହାୟତା ଥିଲା ମର ଶରୀରକୁ ଗାଁକୁ ଆଣିବା। ଆର୍ଥିକ ଅନାଟନ ଯୋଗୁଁ ରାୟପୁରରୁ ନିଜ ଭିଟାମାଟି କର୍ମାଟ ଗ୍ରାମକୁ ମରଶରୀର ବୋହି ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ କୌଣସି ସାମର୍ଥ୍ୟ କିମ୍ବା ସମ୍ବଳ ନଥିଲା।ଦୀର୍ଘ ୧୨ଘଣ୍ଟା ଧରି ଉକ୍ତ ଶବ ଟି ହସ୍ପିଟାଲ ପରିସରରେ ପଡି ରହିଥିଲା ।ଏଭଳି ଚରମ ନିରୁପାୟ ସ୍ଥିତିରେ ପରିବାର ପକ୍ଷରୁ ସୋସିଆଲ ମିଡ଼ିଆ ଜରିଆରେ ସହାୟତା ପାଇଁ ଆକୁଳ ନିବେଦନ କରାଯାଇଥିଲା। ସୋସିଆଲ ମିଡ଼ିଆରେ ପ୍ରସାରିତ ଏହି ହୃଦୟବିଦାରକ ଖବର ସ୍ଥାନୀୟ ଅଞ୍ଚଳର ଦୁଇ ସମ୍ବେଦନଶୀଳ ଯୁବକ ଶ୍ରୀ ମେଘରାଜ ଦୁର୍ଗା ଏବଂ ଶ୍ରୀ ବିଶ୍ୱଜିତ ସେନାପତିଙ୍କ ନଜରକୁ ଆସିଥିଲା। ସେମାନେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଏହି ବିଷୟରେ “ବିନ୍ଦୁ ମିନା ସେବା ଫାଉଣ୍ଡେସନ” ର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଅବଗତ କରାଇଥିଲେ। ଖବର ପାଇବା ମାତ୍ରେ ଫାଉଣ୍ଡେସନର ଅଧ୍ୟକ୍ଷ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ରାୟପୁର ପଠାଯାଇଥିଲା। ଏହି ଉପଯୁକ୍ତ ସହାୟତା ଯୋଗୁଁ ମହିଳାଙ୍କ ମରଶରୀର ସମ୍ମାନର ସହ ଦୀର୍ଘ ବାଟ ଅତିକ୍ରମ କରି ନିଜ ଗାଁ ଏବଂ ନିଜ ଭିଟାମାଟିକୁ ଫେରିପାରିଛି। ଏହାଫଳରେ ପରିବାର ଲୋକେ ତାଙ୍କର ଶେଷକୃତ୍ୟ ସୂଚାରୁରୂପେ ସମ୍ପନ୍ନ କରିବାକୁ ସକ୍ଷମ ହୋଇଛନ୍ତି।ଫାଉଣ୍ଡେସନର ଏହି ମହତ୍ କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ କହିଛନ୍ତି ଯେ, ଏହା କେବଳ ଏକ ଆମ୍ବୁଲାନ୍ସ ଯୋଗାଇଦେବାର ଘଟଣା ନୁହେଁ; ଏହା ହେଉଛି ଜଣେ ବିପନ୍ନ ମଣିଷର ଦୁଃଖ ସମୟରେ ମାନବିକତାର ପ୍ରକୃତ ସାହାରା ହେବା। ମଣିଷ ବଞ୍ଚିଥିବା ସମୟରେ ତାର ସେବା କରିବା ନିଶ୍ଚିତ ଭାବେ ମହତ୍ କାର୍ଯ୍ୟ, କିନ୍ତୁ ମୃତ୍ୟୁ ପରେ ମଧ୍ୟ ଜଣେ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ତାଙ୍କ ନିଜ ମାଟି ପର୍ଯ୍ୟନ୍ତ ପହଞ୍ଚାଇବା ହିଁ ପ୍ରକୃତ ମାନବିକତାର ପରିଚୟ ଦିଏ। ଫାଉଣ୍ଡେସନର ଏଭଳି ଅନନ୍ୟ ସେବା କାର୍ଯ୍ୟ ଏବଂ ସଂଗଠନର ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ନିସ୍ୱାର୍ଥପର ନେତୃତ୍ୱକୁ ସମଗ୍ର ଗୋଲାମୁଣ୍ଡା ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହ ଅନ୍ତରରୁ କୃତଜ୍ଞତା ଓ କୋଟି କୋଟି ନମନ ଜଣାଇଛନ୍ତି। ସତରେ “ସେବା ହିଁ ସଂକଳ୍ପ ଏବଂ ମାନବିକତା ହିଁ ପରିଚୟ” ବୋଲି ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

masiha

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ତହସିଲଦାର ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!