ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ପ୍ରିମିୟମ ଲିଗ୍ ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠିତ 

କଳାହାଣ୍ଡି ପ୍ରିମିୟମ ଲିଗ୍ ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠିତ 

ଜୁନାଗଡ଼,୪/୧୧(ମନୀ ସ)କଳାହାଣ୍ଡି ଜୁନାଗଡ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପ୍ରଥମ କଳାହାଣ୍ଡି ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଟ ଖେଳାଳି ସମୀର କୁମାର ସାହୁ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି l ଏହି ସଭା ରେ କଳାହାଣ୍ଡି ର ବଛା ବଛା କ୍ରିକେଟ ଖେଳାଳି ଙ୍କୁ ଆଇପିଏଲ ଢାଞ୍ଚା ରେ ଦିବା ରାତ୍ର ଖେଳ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଗଲା l ସର୍ବପ୍ରଥମେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି ସଭାପତି ଭାବେ ବରିଷ୍ଟ ଆଇନ୍ ଯିବି ହିମାଂଶୁ ଶେଖର ବାରାଡ,ଉପ ସଭାପତି ଭାବେ ଅର୍ଷଦ ଖାଁ,ସନ୍ତୋଷ ନାୟକ,ଜେନେରାଲ ସେକ୍ରେଟାରୀ ସରୋଜ ପଣ୍ଡା, ଜଏଣ୍ଟ ସେକ୍ରେଟାରୀ ଭାବେ ଶଙ୍କର ମାଝୀ ଓ ତନ୍ମୟ ବାଗ, କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ସାହୁ,ଦିଲ୍ଲୀପ କୁମାର ପଣ୍ଡା, ପ୍ରଚାର ପ୍ରସାର ପାଇଁ ସନ୍ତୋଷ କୁମାର ସିଂଦେଓ,ଅଂଶୁମାନ ପାତ୍ର,ରଜନୀ ମିଶ୍ର,ମନୋନୀତ ହେଇଛନ୍ତି, ଆସନ୍ତା ଡିସେମ୍ବର ୨ତାରିଖ ରୁ ପ୍ରଥମ ଥର ପାଇଁ ଜୁନାଗଡ ବିଜୁପଟ୍ଟନାୟକ ଷ୍ଟାଡିୟମ ଠାରେ କଳାହାଣ୍ଡି ପ୍ରିମିୟମ ଲିଗ୍ ଅନୁଷ୍ଠିତ ହେବା ପାଇଁ ସ୍ତିରି କୃତ ହୋଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ମୃତ ଦାଦନଙ୍କ ପରିବାରଙ୍କୁ କଂଗ୍ରେସ ନେତାଙ୍କ ସହାୟତା

Sunil Chandra Nayak

ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଶପଥ ଯାତ୍ରା

Sunil Chandra Nayak

Leave a Comment

error: Content is protected !!