ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଶପଥ ଯାତ୍ରା

ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଶପଥ ଯାତ୍ରା 

ବ୍ରହ୍ମପୁର,୨୭/୦୭ ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଶପଥ ଯାତ୍ରା ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଠାରୁ ଏମକେସିଜି ମେଡିକାଲ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। 

ଏଠାରେ ସୂଚନା ଯୋଗ୍ୟ ଯେ, ଜନ୍ତର-ମନ୍ତରର ଐତିହାସିକ ଆନ୍ଦୋଳନ ସରକାରଙ୍କୁ ନତମସ୍ତକ କରାଇବା ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲା। ଏହା ପୁଣିଥରେ ପ୍ରମାଣିତ କରିଦେଲା ଯେ, ଯେତେବେଳେ ଦୃଢ଼ ସଂକଳ୍ପବଦ୍ଧ ଛାତ୍ର ଓ ଯୁବସମାଜ ମୁଣ୍ଡ ଟେକି ଛିଡ଼ାହୁଏ, ସେତେବେଳେ କୌଣସି ବି ସ୍ବେରାଚାରୀ କ୍ଷମତା ଅଟଳ ରହିପାରେ ନାହିଁ। ଅପରାଧିକ ଅବହେଳା ପାଇଁ ନିଜର ଉତ୍ତରଦାୟିତ୍ୱ ଗ୍ରହଣ କରିବା ପରିବର୍ତ୍ତେ, ଆନ୍ଦୋଳନକାରୀମାନେ ଦେଶଦ୍ରୋହୀମାନଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି କହି ନିଜର ସମସ୍ତ ସୀମାକୁ ଲଂଘନ କରି ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଇସ୍ତଫା ବିବୃତ୍ତି ପ୍ରଦାନ କରିଛନ୍ତି, ତାହାକୁ କଠୋର ଏଆଇଡିଏସଓ ପକ୍ଷରୁ ଭାଷାରେ ନିନ୍ଦା କରାଯାଇଛି। ଏଆଇଡିଏସଓ ଗଭୀରଭାବେ ହୃଦୟଙ୍ଗମ କରୁଛି ଯେ, ଛାତ୍ର, ଯୁବସମାଜ ଏବଂ ସାଧାରଣ ଲୋକଙ୍କ ଦୀର୍ଘ ଦିନ ପୁଞ୍ଜିଭୂତ ଅସନ୍ତୋଷ ଏବଂ ଅସହ୍ୟ ଯନ୍ତ୍ରଣାରୁ ହିଁ ଏହି ଆନ୍ଦୋଳନର ସୂତ୍ରପାତ ହୋଇଛି। ଏକ ସ୍ୱୈରାଚାରୀ ଶାସନର କର୍ପୋରେଟ୍-ପୋଷକ ନୀତିଗୁଡ଼ିକ ହିଁ ଏହି ଯନ୍ତ୍ରଣାର ମୂଳ କାରଣ, ଯାହା ସାର୍ବଜନୀନ (ସରକାରୀ) ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରୁଛି, ବେକାରୀ ସମସ୍ୟାକୁ ଆହୁରି ଘନୀଭୂତ କରୁଛି ଏବଂ ସଂସ୍କୃତି ତଥା ମାନବିକତାର ପ୍ରତ୍ୟେକ ଦିଗକୁ ଖିନ୍ ଭିନ୍ କରିଦେଉଛି ବୋଲି ଏଆଇଡିଏସଓ ମତପ୍ରକାଶ କରିଛି।

ଏହା ସହ ଏନଟିଏ (ଏନ୍ ଟି ଏ) କୁ ଉଚ୍ଛେଦ କରିବା, ଏହି ସମସ୍ତ ଅନର୍ଥର ମୂଳ କାରଣ ସାଜିଥିବା ନୀତି ଏନଇପି-୨୦୨୦ (NEP-2020)କୁ ପ୍ରତ୍ୟାହାର କରିବା, ତୃଟିପୂର୍ଣ୍ଣ, ଅବୈଜ୍ଞାନିକ ଅଯୌକ୍ତିକ ପାଠ୍ୟପୁସ୍ତକ ପ୍ରତ୍ୟାହାର କରିବା ତଥା ସରକାରୀ ଶିକ୍ଷାକୁ ରକ୍ଷା କରିବା ଦାବିରେ ଆନ୍ଦୋଳନକୁ ଜାରିରଖାଇବା ପାଇଁ ସମସ୍ତେ ଶପଥ ନେଇ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। 

ଆଜିର କାର୍ଯ୍ୟକ୍ରମରେ ଏଆଇଡିଏସଓ ସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, କୋଷାଧ୍ୟକ୍ଷ କିସାନ ସାହୁ, ସଭ୍ୟ କାମରାଜ ସାହୁ, ସଭ୍ୟା ଶୁଭସ୍ମିତା ପାଣିଗ୍ରାହୀ, ଯୁବ ସଂଗଠକ ଅନିଲ ସାହୁ, ବିଭୂତି ସାହୁ ଆଦୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related posts

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

ବିଜୁବାବୁଙ୍କ ଜୟନ୍ତୀ ଅବସରରେ  ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

Sunil Chandra Nayak

ରକ୍ଷେ ହରି ମାରେ କିଏ? ଶିଶୁ ଆଗରେ ମା’ ର ଜୀବନ ନେଲା ଗଜରାଜ

masiha

Leave a Comment

error: Content is protected !!