ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା 

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା 

ରାଉରକେଲା: ଉଦିତନଗର ସ୍ଥିତ ମେହେର ଚକ୍ଷୁ ଚିକିତ୍ସାଳୟ ର ମୁଖ୍ୟ ତଥା ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ର ଉପଦେଷ୍ଟା ଡାକ୍ତର ରାମଚନ୍ଦ୍ର ମେହେର ଙ୍କ ତରଫରୁ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୩ ସ୍ଥିତ ରାଉରକେଲା କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ କଲେଜର ଅଧ୍ୟକ୍ଷ ଡ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଶ୍ରୀଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା କରିବା ସହ ଏହା ଶୈକ୍ଷିକ ବାତାବରଣକୁ ଅଧିକ ଶିକ୍ଷା ପ୍ରତି ମନୋନିବେଶ କରିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ରଖିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସର୍ବଶ୍ରୀ ଡ଼ଃ ସନାତନ ପ୍ରଧାନ, ଓମ୍ ପ୍ରକାଶ ବାପୁଡିଆ,ମଞ୍ଜୁରାଣୀ ମେହେର ଙ୍କ ସମେତ ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡ ସମର ମୁଦାଲି, ମଧୁସୂଦନ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ଚନ୍ଦ୍ରଶେଖର ଶତପଥୀ, ରୋଟାରିଆନ ଦେବବ୍ରତ ନାୟକ, ସସ୍ମିତା ନାୟକ, ପ୍ରଦୀପ ଦାସ,ଉଷା ଦାସ, ଗୋପାଳ ବାସିଆ,ମରୁମାୟା ମହାନ୍ତି,ଛଗନଲାଲ ଜୈନ, ବନ୍ଦିତା ମାହତୋ, ସୂର୍ଯ୍ୟ ପାଢ଼ୀ, ବସନ୍ତ କୁମାର ତନ୍ତୀ,ଡ ଅଞ୍ଜନା ମୈତ୍ର, ହରେକୃଷ୍ଣ ମାଝୀ, ତଥା କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ମେହେର ଶ୍ରୀଗଣେଶଙ୍କ ବନ୍ଦନା ସହ ନିଜର ଶିକ୍ଷା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲା ବେଳେ ସମ୍ମାନିତ ଅତିଥି ଡ଼ ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଉରକେଲା କଲେଜ କେବଳ ରାଉରକେଲା କାହିଁକି ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତ ରଖିବା ସହ କଲେଜର ସାହିତ୍ୟ, ସଂସ୍କୃତି, ପରମ୍ପରାର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଶେଷରେ କଲେଜର ଅଧ୍ୟକ୍ଷ ଡ ଜେନା ଉପସ୍ଥିତ ସମସ୍ତ ଅତିଥି, କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହ ଛାତ୍ର ଛାତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜ ପରିସରରେ ଭଜନ କୀର୍ତ୍ତନ ସହ ଉପସ୍ଥିତ ସମସ୍ତଙ୍କୁ ପାଇଁ ପ୍ରସାଦ ବିତରଣ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷା ରେ ଭୁଶୁଡ଼ିଲା କୁସୁମା ଗୌଡ଼ ଙ୍କ ଘର

masiha

ୱେଲକୋମ ଭିଜିଲାନ୍ସ- ଯୋଡ଼ା’କୋଇଡାରେ ମାଳ’ମାଳ ବ୍ରହ୍ମରାକ୍ଷାସ ଖଣି ଅଫିସର

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!