ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇ ସି ଏସ୍ ଇ ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

ଭବାନୀ ପାଟଣା -: ଗତ ୧୩ ତାରିଖ ଦିନ ଆଇ ସି ଏସ୍ ଇ ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ ପାଇ ଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିମଳା କନଭେଣ୍ଟର ୯୬% ନମ୍ବର ରଖି ଦଶମ ଶ୍ରେଣୀ ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡ଼ିଛି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିବାର ବର୍ଗରେ ଆନନ୍ଦର ଲହରୀ ଖେଳି ଯାଇଛି । ତାଙ୍କର ଏହି ସଫଳତା ପଛରେ ଗୁରୁଜନ, ବାପା ମା, ପରିବାର ବର୍ଗ ଓ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ , ସୁଶ୍ରୀ ବେମାଲ ଭବାନୀପାଟଣା ବାଣିଜ୍ୟ କର ବିଭାଗର କମିଶନର ଭାବେ କାର୍ଯ୍ୟରତ ତୋଫାନ ବେମାଲ ଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି। ସେ କୋକସରା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଭାବେ ଜଣାଶୁଣା ସ୍ଵର୍ଗତ ଭଜ ବେମାଲଙ୍କ ନାତୁଣୀ ଅଟନ୍ତି। ମାଆ ପୁଷ୍ପାଞ୍ଜଳି ବେମାଲ ଜଣେ ଗୃହିଣୀ ଓ ସେ ଝିଅର ପାଠପଢ଼ାରେ ପୂର୍ଣ୍ଣ ସହାୟତା କରୁଥିଲେ। ତାଙ୍କର ଏହି ସଫଳତାରେ ତାଙ୍କ ନିଜ ଗ୍ରାମ ଗତାବନ୍ଧ ତଥା ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

masiha

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବର୍ଷାରେ ଭୁଷୁଡ଼ି ଗଲା ଗାଈ ଗୁହାଳ

Leave a Comment

error: Content is protected !!