ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମୟୂରଭଞ୍ଜ – ୬/୮ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତ ଅଧିନସ୍ତ ସାନଝରଣ ଗ୍ରାମର ରୂପନାରାୟଣ ହେମ୍ବ୍ରମ ଓ ସାଲିମା ହେମ୍ବ୍ରମଙ୍କ ସୁପୁତ୍ର ଶ୍ରୀମାନ ଜ୍ୟୋତିରଞ୍ଜନ ହେମ୍ବ୍ରମ ଚଳିତ ବର୍ଷ ନିଟ ପରୀକ୍ଷ୍ୟାରେ ଉତ୍ତୀର୍ଣ୍ଣ ହୋଇ ଭୀମସାର ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ ପଢିବା ପାଇଁ ସୁଯୋଗ ପାଇଥିବାରୁ ଗ୍ରାମପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି l ଗାଁ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରି, ବିଶୋଇ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ମାଧ୍ୟାମିକ ଶିକ୍ଷା, ଓଡିଶା ଆଦର୍ଶବିଦ୍ୟାଳୟ ଲୁହାଶୀଳା ରେ ହାଇସ୍କୁଲ ଶିକ୍ଷା ପରେ ସାଇ ବିଦ୍ୟାମନ୍ଦିର ବାରିପଦାରେ ଯୁକ୍ତ ଦୁଇ ପାସ ପରେ ଏକବର୍ଷ କ୍ଲାସରୁମ ପାଠ ପଢି ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଗ୍ରାମ ପଞ୍ଚାୟତ ସ୍ତରରୁ କୃତିତ୍ୱ ହାସଲ କରିଥିବାରୁ ଗ୍ରାମପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି l ସମ୍ବର୍ଦ୍ଧନା ଉତ୍ସବରେ ସରପଞ୍ଚ ଦାତକି ନାଏକ, ପିଇଓ ପ୍ରଦୀପକୁମାର ପାତ୍ର, ବିଏଫଟି ପ୍ରଦୀପଚନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ତଥା ବ୍ଲକ ଉପାଧ୍ୟ ବେରେଇ ସିର୍କା, ସାମ୍ବାଦିକ ସୁରେନ୍ଦ୍ର ମୁଣ୍ଡା, ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

Sunil Chandra Nayak

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

Leave a Comment

error: Content is protected !!